ଆପଣ ଭାବୁଥିବେ ନିଶ୍ଚୟ ମଣିଷ ବିଷୟରେ ଏମିତି କେଉଁ ସତ ଅଛି ଯେ ଯାହା ବିଶ୍ୱାସ ହେବ ନାହିଁ? ଦୁନିଆରେ ବିଭିନ୍ନ ପ୍ରବୃତ୍ତିର ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଳସୁଆ ଏକ ଶ୍ରେଣୀ। ଆମ ଜାଣିବାରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କିଛି ବି କାମ କରନ୍ତି ନାହିଁ। ମାତ୍ର ଗୀତା ସେ କଥାକୁ ବିରୋଧ କରେ। ଗୀତାର ଏହି ଶ୍ଳୋକ ସେ ସଂପର୍କରେ କ’ଣ କୁହେ ଆସନ୍ତୁ ଜାଣିବ।
ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠକ୍ୟକର୍ମକୃତ୍।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣେଃ।।
ଅର୍ଥାତ, ମଣିଷ ପ୍ରକୃତି ଦ୍ୱାରା ଯେଉଁ ଗୁଣ ନେଇ ଜନ୍ମ ନେଇଛି ସେ କର୍ମ କରିବାକୁ ବାଧ୍ୟ ହୋଇପାଡ଼େ। କେହି ବି ବ୍ୟକ୍ତି ଟିକେ ସମୟ ପାଇଁ ବି ବିନା କର୍ମରେ ରହିପାରିବେ ନାହିଁ।
/sambad/media/post_attachments/wp-content/uploads/2018/01/images-6.jpg)
ଆମ ଆଖିକୁ ଯାହା ଦିଶେ ତାହା ସଂପୂର୍ଣ୍ଣ କଥା ନୁହେଁ। ଅଳସୁଆଟେ ବି ନିଜ କର୍ମରେ ବ୍ୟସ୍ତ ରହେ। ଦୁନିଆ ଆଖିକୁ ନଦିଶିଲେ ବି ସମସ୍ତେ ନିଜ ନିଜ କ୍ଷେତ୍ରରେ କର୍ମତତ୍ପର। କାହିଁକି ନା, ମଣିଷ ଶୀରର ଏପରି ଉପଦାନରେ ଗଢ଼ା ହୋଇଛି ଯିଏ କର୍ମ ନ କରି ରହିପାରେ ନାହିଁ। ବେଳେ ବେଳେ ଶରୀର ସ୍ଥିର ରହେ। ତାହାକୁ ଆତ୍ମା ବିରୋଧ କରେ। କର୍ମ କରିବା ଆତ୍ମାର ପ୍ରକୃତି। ବେଳେ ବେଳେ ଆଳସ୍ୟ ଆତ୍ମାକୁ ଅଣଦେଖା କରେ। ଆଳସ୍ୟମୀ ଶରୀରର ପ୍ରକୃତି। ମଣିଷ ଆତ୍ମାଟିଏ କିନ୍ତୁ ସବୁ ମୁହୂର୍ତ୍ତରେ କର୍ମ କରିବାକୁ ସଜାଗ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Less-known-char27380.jpg)