ଆପଣ ଅନେକ ଚଳଚ୍ଚିତ୍ରରେ ଦେଖିଥିବେ ସାକ୍ଷୀ ଉଇଟ୍ନେସ୍ ବକ୍କକୁ ଯିବା ମାତ୍ରେ ତାଙ୍କ ସାମ୍ନାକୁ ଏକ ଗୀତା ଅଣାଯାଏ। ସେ ସେହି ଗୀତା ଛୁଇଁ ସତ କହିବେ ବୋଲି ଶପଥ କରନ୍ତି। ତାପରେ ଯାଇ ତାଙ୍କ କଥା ଶୁଣାଯାଏ। ଆମ ସମସ୍ତଙ୍କ ମନରେ ସେଇ ଗୋଟାଏ ଧାରଣା କୋର୍ଟରେ ଏପରି ଏକ ପ୍ରଥା ରହିଛି। ବାସ୍ତବରେ କ’ଣ ଏପରି ହୋଇଥାଏ କୋର୍ଟ ମଧ୍ୟରେ? ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜଣେ ଜିଜ୍ଞାସୁ ବ୍ୟକ୍ତି ଏହା ଉପରେ ଏକ ବ୍ଲଗ୍ ଲେଖିଲେ। ସେହି ବ୍ଲଗ୍ରେ ଆସିଲା ଭିନ୍ନ ମତ।
/sambad/media/post_attachments/wp-content/uploads/2018/01/Untitled-1-1-300x162.jpg)
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେତକ ଓକିଲ ମତ ଦେଇଛନ୍ତି ଯେ ଭାରତୀୟ କୋର୍ଟରେ ଏପରି କୌଣସି ପ୍ରଥା ନାହିଁ। ମୋଗଲ୍ ଶାସନ ସମୟରେ ନୂଆ କରି କେତେକ ଅଦାଲତରେ ଏହି ପ୍ରଥା ଆରମ୍ଭ କରାଯାଇଥିଲା। ଅଦାଲତରେ ଗୀତା ଓ କୋରାନ ପରି ପବିତ୍ର ଧର୍ମଗ୍ରନ୍ଥକୁ ଛୁଇଁ କରି ଶପଥ କରିବାର ପ୍ରଥା ପ୍ରଥମେ ସେଇଠୁ ଆରମ୍ଭ ହୋଇଥିଲା ବୋଲି କେହି କେହି ମତ ରଖିଛନ୍ତି। ମାତ୍ର ଇଂଲଣ୍ଡରେ ରହିଥିବା ହିନ୍ଦୁମାନଙ୍କ ପାଇଁ ଏହି ପ୍ରଥା ରହିଛି। ସେମାନେ କୋର୍ଟରେ ଗୀତା ଛୁଇଁ ଶପଥ କରନ୍ତି ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/shutterstock_48221572.jpg)