ଏହି ୭ ଜଣ ସାମ୍ନାକୁ ଆସିଲେ ରାସ୍ତା ଛାଡ଼ିଦେବା ଉଚିତ, ଜାଣନ୍ତୁ କାହିଁକି

ଜୀବନରେ ଏମିତି କିଛି ପରିସ୍ଥିତି ଥାଏ ଏବଂ କିଛି ନିୟମ ଥାଏ, ଯାହା ପାଇଁ ମନୁଷ୍ୟକୁ ସବୁବେଳେ ସଜାଗ ରହିବା ଉଚିତ୍‌। ମନୁସ୍ମୃତି ଅନୁଯାୟୀ ଏମିତି କିଛି ଜିନିଷ ଅଛି ଆପଣ ତାଙ୍କ ରାସ୍ତାରେ ନ ଆସିବା ଭଲ ହେବ। ଚାଲନ୍ତୁ ଏହି ବିଷୟରେ ଜାଣିବା…

ବୃଦ୍ଧ:ଯଦି ଆପଣଙ୍କ ରାସ୍ତାରେ କୌଣସି ବୃଦ୍ଧ କିମ୍ବା ବୃଦ୍ଧା ଆସିଥାନ୍ତି, ତା’ହେଲେ ଆପଣ ପ୍ରଥମେ ତାଙ୍କୁ ରାସ୍ତା ଦେଇଦିଅନ୍ତୁ। ଯେଉଁମାନେ ବଡ଼ଙ୍କୁ ସମ୍ମାନ କରନ୍ତି ନାହିଁ, ସେମାନେ କେବେ ଖୁସିରେ ରହିପାରନ୍ତି ନାହିଁ।

ରୋଗୀ: ଯଦି ରାସ୍ତାରେ ଆପଣଙ୍କୁ କୌଣସି ରୋଗୀଣା ବ୍ୟକ୍ତି ଭେଟ ହୁଅନ୍ତି, ପ୍ରଥମେ ତାଙ୍କୁ ରାସ୍ତା ଦେଇଦେବା ବିଧେୟ। ସେ ଠିକ ସମୟରେ ଡାକ୍ତରଙ୍କ ପାଖରେ କିମ୍ବା ଡାକ୍ତରଖାନାରେ ପହଞ୍ଚିଲେ ତାଙ୍କର ଚିକିତ୍ସା ହୋଇପାରିବ।

ବୋଝ ଉଠାଉଥିବା ବ୍ୟକ୍ତି: କୌଣସି ବୋଝ ଉଠାଇ ଚାଲୁଥିବା ବ୍ୟକ୍ତି ସାମ୍ନାକୁ ଆସିଲେ, ତାଙ୍କୁ ରାସ୍ତା ଛାଡ଼ି ଦିଅନ୍ତୁ। କାରଣ ସେ ଗନ୍ତବ୍ୟରେ ଶୀଘ୍ର ପହଞ୍ଚଲେ ତାଙ୍କ ଶରୀର ଭାରମୁକ୍ତ ହୋଇପାରିବ।

ସ୍ତ୍ରୀ: ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଆପଣ ସ୍ତ୍ରୀଙ୍କୁ ସମ୍ମାନ କଲେ, ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ ସହିତ ସରସ୍ୱତୀଙ୍କ କୃପା ମିଳିଥାଏ। ଏଣୁ କୌଣସି ସ୍ତ୍ରୀ ଲୋକ ରାସ୍ତାରେ ଆସୁଥିଲେ ତାଙ୍କୁ ଆଗ ଯିବାକୁ ଦିଅନ୍ତୁ।

ଜ୍ଞାନୀ: ଯିଏ ଜ୍ଞାନୀ, ସେ ସବୁବେଳେ ସମ୍ମାନ ପାଇଥାନ୍ତି। ଯେତେବେଳେ ଆପଣ ଯାଉଥିବା ରାସ୍ତାରେ କୌଣସି ଜ୍ଞାନୀ ପୁରୁଷ କିମ୍ବା ମହିଳା ଆସିଥାଆନ୍ତି, ତାଙ୍କୁ ସମ୍ମାନ ଜଣାଇ ତାଙ୍କ ରାସ୍ତା ଛାଡିଦେବା ଉଚିତ୍‌।

ରାଜା ବା ଶାସକ: ରାଜା ବା ଶାସକ ହେଉଛନ୍ତି ନୀତି ନିର୍ମାତା ଏବଂ ନୀତି ନିର୍ଦ୍ଦେଶକ। ସେ ପରିବାରର ମୁଖ୍ୟ ଭଳି। ତେଣୁ ଶାସକଙ୍କୁ ସମ୍ମାନ ଜଣାଇ ରାସ୍ତା ଦେଇଦେବା ବିଧେୟ।

ବର: ହିନ୍ଦୁ ଶାସ୍ତ୍ର ଅନୁସାରେ ବର ବା ବିବାହ ପାଇଁ ଯାଉଥିବା ପୁରୁଷ ଭଗବାନ ଶିବଙ୍କର ପ୍ରତୀକ ହୋଇଥାନ୍ତି। ଏଣୁ ବର ରାସ୍ତାରେ ଯାଉଥିବା ବେଳେ ସୌଜନ୍ୟ ଦୃଷ୍ଟିରୁ ଆଗ ଯିବା ଲାଗି ଛାଡ଼ିଦେବା ଉଚିତ।

ସମ୍ବନ୍ଧିତ ଖବର