ଦକ୍ଷିଣ-ପୂର୍ବ ଆଲାସ୍କାରେ ଏକ ହିମବାହ ତରଳିବା ପରେ ଆଲସେକ୍ ହ୍ରଦ ମଝିରେ ଏକ ‘ନୂତନ’ ଦ୍ୱୀପର ଆବିର୍ଭାବ ଘଟିଛି ବୋଲି ‘ନାସା’ର ଆର୍ଥ ଅବଜର୍ଭେଟୋରି ଘୋଷଣା କରିଛି। ପୂର୍ବରୁ ଆଲାସ୍କାର ଗ୍ଲେସିଅର୍ ବେ ଜାତୀୟ ଉଦ୍ୟାନରେ ଆଲସେକ୍ ହିମବାହ ଦ୍ୱାରା ଘେରି ରହିଥିବା ପ୍ରୌ ନବ୍ ନାମକ ଏହି ଭୂମି ହେଉଛି ଏକ ଛୋଟ ପର୍ବତ। ଆଲସେକ୍ ହିମବାହ ବହୁ ଦଶନ୍ଧି ଧରି ପଛକୁ ହଟି ଚାଲିବା ସହ ଧୀରେ ଧୀରେ ପ୍ରୋ ନବ୍ ଠାରୁ ନିଜକୁ ପୃଥକ୍ କରି ଏକ ମଧୁର ଜଳ ହ୍ରଦ ଛାଡ଼ି ଯାଉଛି। ଗତ ଅଗଷ୍ଟ ମାସରେ ଉପଗ୍ରହ ଲ୍ୟାଣ୍ଡସାଟ୍ ୯ ଦ୍ୱାରା ନିଆଯାଇଥିବା ଏକ ଫଟୋଚିତ୍ର ପ୍ରକାଶ ପାଇଛି ଯହିଁରେ ହିମବାହଟି ପ୍ରୋ ନବ୍ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ପ୍ରୌ ନବ୍ ଦ୍ବୀପର ଆକାର ହେଉଛି ପ୍ରାୟ ୫ ବର୍ଗକିଲୋମିଟର।
ଉଲ୍ଲେଖଯୋଗ୍ୟ, ଉତ୍ତାପ ବୃଦ୍ଧି ଯୋଗୁଁ ଦକ୍ଷିଣପୂର୍ବ ଆଲାସ୍କାର ଉପକୂଳବର୍ତ୍ତୀ ସମତଳ ଭୂମିରେ ଦ୍ରୁତ ଗତିରେ ବରଫ ତରଳୁଛି। ଏହି ଅଞ୍ଚଳର ହିମବାହ ପଛକୁ ହଟିଯାଉଛି ଏବଂ ତରଳୁଥିବା ପାଣି ହ୍ରଦ ସୃଷ୍ଟି କରୁଛି। ଏହି କାରଣରୁ ତୀବ୍ର ବେଗରେ ଏହି ଭୂଖଣ୍ଡର ରୂପରେଖ ବଦଳିବାରେ ଲାଗିଛି। ବରଫ ଆୟତନରେ ହ୍ରାସ ଯୋଗୁଁ ଉକ୍ତ ଅଞ୍ଚଳର ଜଳ ବିଜ୍ଞାନ ଓ ପରିସଂସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/dagdadgad-2025-09-16-01-12-14.jpg)