ସୋସିଆଲ୍‌ ମିଡିଆରେ ବୋଲ୍‌ଡ ଫଟୋ ସେୟାର୍‌ କରି ଚାକିରି ହରାଇଲେ ୨୬ ବର୍ଷୀୟା ଯୁବତୀ; ଏବେ ଏହି ଦିଗରେ ମନ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ସମାନ ସ୍ଵାଧୀନତା ରହିଛି। ଜଣେ ସ୍ବାଧୀନ ମଣିଷ ଖାଇବା, ପିଇବାରୁ ନେଇ ପିନ୍ଧିବା ଆଦି କାର୍ଯ୍ୟ ସମସ୍ତେ ନିଜ ଇଚ୍ଛା ଅନୁସାରେ କରିଥାନ୍ତି। ମାତ୍ର ବେଳେ ବେଳେ ସମାଜ ସେ ସ୍ଵାଧୀନତା ସମସ୍ତଙ୍କୁ ଦେଇନଥାଏ। ମନ ମୁତାବକ ଚାଲୁଥିବା ମଣିଷଟିକୁ ଅନେକ ସମୟରେ ଅସୁିଧାର ସାମ୍ନା କରିବାକୁ ପଡ଼ିଥାଏ।

ଆମେ କହୁଛୁ ଦକ୍ଷିଣ ଆମେରିକାର ଜଣେ ୨୬ ବର୍ଷୀୟା ଯୁବତୀଙ୍କ ବିଷୟରେ। ଯିଏକି ନିଜ ପୋଷାକ ପାଇଁ ତାଙ୍କର ଚାକିରି ହରାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଏଥିପାଇଁ ଚାକିରି ଛାଡ଼ିବାକୁ ବି ବାଧ୍ୟ କରାଯାଇଥିଲା।

ଦକ୍ଷିଣ ଆମେରିକାର ଚିଲି ବାୟୁସେନାରେ ଚାକିରି କରିଥିବା ଏହି ଯୁବତୀଙ୍କୁ ତାଙ୍କ ପୋଷାକ ପରିଧାନ ପାଇଁ ଅଫିସର ଭାବମୂର୍ତ୍ତି ଖରାପ ହେଉଛି ବୋଲି କୁହାଯିବା ପରେ ସେ ଇସ୍ତଫା ଦେଇଛନ୍ତି। ଯୁବତୀ ଜଣକ ତାଙ୍କ ‌‌ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଅଧିକାଂଶ ସମୟରେ ବିକିନି ପରିଧାନ କରି ଫଟୋ ପୋଷ୍ଟ୍‌ କରିଥାନ୍ତି। ସେ ଏବେ ଚାକିରି ଛାଡ଼ିବା ପରେ ଜଣେ ଆଡଲଟ ମଡେଲ ଭାବେ ଆଗକୁ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି।

ଏହି ଯୁକତୀଙ୍କ ନାମ କମ୍ୱଲି। ସେ କହିଛନ୍ତି କି ଚାକିରିରୁ ଇସ୍ତଫା ଦେବା ପରେ ସେ ଖୁବ୍ ସ୍ଵାଧୀନ ଅନୁଭବ କରୁଛନ୍ତି। ନିଜ ଇଛା ଅନୁସାରେ ପୋଷାକ ପିନ୍ଧି ପାରୁଛନ୍ତି। ତାଙ୍କ ଚିନ୍ତାଧାରା ହେଉଛି ନିଜର ସୁନ୍ଦରତାକୁ ପ୍ରଦର୍ଶନ କରିବା କୌଣସି ପାପ ନୁହେଁ।

ସମ୍ବନ୍ଧିତ ଖବର