ଏମିତି ଜାଣନ୍ତୁ କେବେ ପଢ଼ାଯାଇଥିଲା ଆପଣଙ୍କର ମେଲ୍‌!

ସାଧାରଣତଃ ଯେପରି ହ୍ଵାଟ୍‌ସ ଅପ୍‌ରେ ମେସେଜ୍‌ ପଢ଼ାଯିବା ପରେ ବ୍ଲୁ ରଂଗର ଠିକ୍‌ ଚିହ୍ନଟି ଦେଖାଯାଇଥାଏ, ହେଲେ ସେହିପରି ଭାବରେ ଆପଣଙ୍କ ‘ଜିମେଲ୍‌ ମେସେଜ୍‌’ଟି ପଢ଼ାଯିବା ପରେ ଦେଖାଯାଇନଥାଏ । ତେବେ ଏନେଇ ଆପଣଙ୍କର ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କର ‘ଜିମେଲ୍‌’ଆକାଉଣ୍ଟ୍‌ରୁ ପଠାଯାଇଥିବା ମେସେଜ୍‌ଟି କେତେବେଳେ ପଢ଼ାଯାଇଥିଲା,ସେ ନେଇ ଏକ ଉପାୟ ବିଷୟରେ ଜଣାଇବୁ,ଯେଉଁ ଉପାୟର ଉପଯୋଗ କରି ଆପଣ ନିଜେ ହିଁ ଜାଣିପାରିବେ ଯେ ଆପଣଙ୍କର ମେସେଜ୍‌ଟି କେଉଁ ସମୟରେ ପଢ଼ାଯାଇଅଛି?

ତେବେ ଏହା ପୂର୍ବରୁ ଆପଣଙ୍କୁ ଆପଣଙ୍କ ଲ୍ୟାପ୍‌ଟପ୍‌ ବା କଂପ୍ୟୁଟରର ‘ଗୁଗୁଲ୍‌ କ୍ରୋମ୍‌’ର ଦକ୍ଷିଣ ପାର୍ଶ୍ୱରେ ରହିଥିବା ଉପର ସାଇଟ୍‌ର ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ହେବ। ଏହାପରେ ପୁଣି ଥରେ ମଧ୍ୟ ଆପଣଙ୍କୁ ‘ମୋର୍‌ ଟୁଲ୍‌ସ’ଉପରେ କ୍ଲିକ୍‌ କରିବାକୁ ପଡ଼ିବ।ଏହାପରେ ଆପଣଙ୍କୁ ଏକ୍ସ୍‍ଟେନ୍‌ସନ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ଏବେ ଆପଣଙ୍କ ସମ୍ମୁଖରେ ଏକ ଓ୍ଵିଣ୍ଡୋ ଖୋଲିଯିବ,ଯାହାପରେ କି ଆପଣଙ୍କୁ ଏହାର ଏକ୍‌ଦମ୍‌ ତଳକୁ ଯିବାକୁ ହେବ। ଯେଉଁଠାରେ କି ଆପଣଙ୍କୁ Get more extensions ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ତେବେ ଏବେ ଆପଣଙ୍କୁ ସର୍ଚ୍ଚ ବାର୍‌ରେ Mailtrack fof gmail & Inbox:Email tracking ଲେଖିକରି ସର୍ଚ୍ଚ କରିବାକୁ ପଡ଼ିବ।ଏହାପରେ ଆପଣ ଏହାକୁ ଡ଼ାଉନ୍‌ଲୋଡ଼୍‍ କରନ୍ତୁ ଏବଂ କ୍ରୋମ୍‌ରେ ଇନ୍‌ଷ୍ଟଲ୍‌ କରନ୍ତୁ।ଏବେ ଆପଣଙ୍କ ଠୁଁ ଜିମେଲ୍‌ ଲଗ୍‌ ଇନ୍‌ ମଗାଯିବ!ଯାହାକୁ କି ଲଗ୍‌ ଇନ୍‌ କରିବାକ୍ଷଣି ଆପଣଙ୍କୁ Mailtrack ଉପରେ କ୍ଲିକ୍‌ କରିବାକୁ ହେବ।ଆଉ ଏହା ଆକ୍ଟିଭେଟ୍‌ ହେବା ମାତ୍ରକେ ହିଁ ଆପଣଙ୍କୁ Allowର ଅପ୍‌ସନ୍‌ ଉପରେ କ୍ଲିକ୍‌ କରିବାକୁ ହେବ।ଏଥିସହିତ ଆପଣ ଏହାପରେ ଜିମେଲ୍‌ ବାଲା ଟ୍ୟାଗ୍‌ରେ ଯାଆନ୍ତୁ ଏବଂ କାହାରିକୁ ହେଉନା କାହାରିକୁ ମେଲ୍‌ ପଠାନ୍ତୁ।ଏବେ ଆପଣ ଯେପରି ମେଲ୍‌ଟି ପଠାଇବେ ।ଆପଣଙ୍କ ପାଖକୁ ମେଲ୍‌ଟି ପଢ଼ାଯାଇଥିବାର ଏକ ନୋଟିଫିକେସନ୍‌ ଆସିଯିବ ଯେ ଆପଣଙ୍କ ଦ୍ୱାରା ପଠାଯାଇଥିବା ମେଲ୍‌ଟି କେତେ ଡ଼େରିରେ ପଠାଯାଇଅଛି କି ନାହିଁ ବୋଲି?
ଏହା ଛଡ଼ା ଆପଣଙ୍କ ଜିମେଲ୍‌ ଇନ୍‌ବକ୍ସକୁ ହ୍ଵାଟ୍‌ସ ଅପ୍‌ ଭଳି ୨ଟି ବ୍ଲୁ ରଂଗର ଠିକ୍‌ ଚିହ୍ନ ମଧ୍ୟ ଦେଖାଯିବାର ମିଳିବ।

 

ସମ୍ବନ୍ଧିତ ଖବର