ଜି-ମେଲ୍‌ର କନ୍‌ଫିଡ଼େନ୍ସିଆଲ୍‌ ଫିଚର: ସୁରକ୍ଷିତ ଏବଂ ନିର୍ଦ୍ଧାରିତ ସମୟ ପାଇଁ ଗ୍ରାହକ ପଠାଇପାରିବେ ଡ଼ାଟା

ନୂଆଦିଲ୍ଲୀ : କିଛି ଦିନ ହେବ ସୋସିଆଲ ମିଡ଼ିଆ ସାଇଟ୍‌ଗୁଡ଼ିକରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ଏହି ତାଲିକାରେ ଗୁଗୁଲ ମଧ୍ୟ ସାମିଲ ହୋଇଛି। ଏବେ ଏହା ପରିବର୍ତ୍ତନ ହୋଇ ମାଇକ୍ରୋସପ୍ଟ ଆଉଟଲୁକ୍‌ ସଦୃଶ ଦେଖାଯାଉଛି। ଗୁଗୁଲର ଇଣ୍ଟରଫେନ୍ସରେ ଯେ ଖାଲି ପରିବର୍ତ୍ତନ କରାଯାଇଛି ତାହା ନୁହଁ; ଏହାର ଷ୍ଟୋରେଜ ଡ଼ାଟାବେସ ଏବଂ ମେସେଜ ପଠାଇବା ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ଫିଚର ଦ୍ୱାରା ଗ୍ରାହକଙ୍କୁ ମେଲ୍‌ ପଠାଇବା ଅଧିକ ସୁବିଧା ହେବା ସହ ଡାଟା ଗୁଡ଼ିକ ସୁରକ୍ଷିତ ରହିବ ।

oneindia

ଜି-ମେଲ୍‌ କଫିଡ଼େନ୍ସିଆଲ୍‌ ଦ୍ୱାରା ଗ୍ରାହକ ତାଙ୍କ ଇମେଲ୍‌କୁ ନିର୍ଦ୍ଦିଷ୍ଟ ଏକ ସମୟ ପାଇଁ ପଠାଇ ପାରିବେ । ଯାହା ଦ୍ୱାରା ଇମେଲ୍‌ଟି ସେତିକି ସମୟ ପାଇଁ ରହିବା ସହ ପରେ ଆପେଆପେ ଡ଼ିଲିଟ ହୋଇଯିବ । ଏହି ଫିଚର ଦ୍ୱାରା ଡ଼ାଟା ଅଧିକ ସୁରକ୍ଷିତ ହେବା ସହ ଡ଼ାଟା ଚୋରି ହେବା ସମସ୍ୟା ଉପୁଜିବ ନାହିଁ । ଖାସ କରି କାର୍ଯ୍ୟଳୟ ଏବଂ ବିଜେନେସ ଉପଭୋକ୍ତା ପାଇଁ ଏହା ଅଧିକ ମାତ୍ରାରେ ଲାଭଦାୟକ ଅଟେ । ଗୁଗୁଲ ତରଫରୁ ଏହି ଫିଚର ଗୁଡ଼ିକୁ ଜି-ମେଲରେ ଲାଗୁ କରାଯାଇ ସାରିଛି। ଏହି ନୂତନ ଫିଚର ଲାଭ ଉଠାଇବା ପାଇଁ ଆପଣଙ୍କୁ ସେଟିଂରେ ଟ୍ରାଏ ଦ ନ୍ୟୁ ଜିମେଲକୁ ଚୟନ କରିବାକୁ ପଡ଼ିବ । ନୂଆ ଜି-ମେଲକୁ ଚୟନ କରିବା ଅର୍ଥ ଅପଣ ପୂରୁଣା ଜି-ମେଲକୁ ବ୍ୟବହାର କରିପାରିବେ ନାହିଁ । ଯଦି ଆପଣଙ୍କୁ ନୂଆ ଜି-ମେଲର ଫିଚର ପସନ୍ଦ ଆସୁନାହିଁ ତେବେ ଅପଣ ବ୍ୟାକ ଟୁ କ୍ୟାସିକ୍‌ ଅପସନ ଦ୍ୱାରା ପୁରୁଣା ଜି-ମେଲ୍‌ର ସୁବିଧା ଉଠାଇପାରିବେ।

ସମ୍ବନ୍ଧିତ ଖବର