ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେରେ ଜଣେ ଯୁବକ ବକରିଦ ଅବସରରେ ତାଙ୍କ ଛେଳିକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ବିଶେଷ କଥାଟି ହେଉଛି ଏହି ଛେଳିର ବିକ୍ରି ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ରଖାଯାଇଥବା କୁହାଯାଉଛି।
ବକରିଦ ଅବସରରେ କୁର୍ବାନୀ ପାଇଁ ବିଶେଷ ଛେଳିର ଆବଶ୍ୟକ ରହିଥାଏ। ଲୋକମାନେ ମହଙ୍ଗାରୁ ମହଙ୍ଗା ଛେଳି କିଣି କୁର୍ବାନ ଦେଇ ଥାଆନ୍ତି। ‘ସେରୁ’ ନାମକ ଏକ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଖବର ଆସିଛି କି ୧କୋଟି ୧୨ଲକ୍ଷ ୭୮୬ ଟଙ୍କାରେ ବିକ୍ରି ପାଇଁ ସ୍ଥିର ହୋଇଥିବା ‘ସେରୁ’ର ମୃତ୍ୟୁ ହୋଇଯାଇଛି। ସେରୁର ବିଶେଷତ୍ବ ହେଉଛି ତା’ର ଶରୀରରେ ଊର୍ଦ୍ଦୁରେ ‘ଅଲ୍ଲାହ’ ଓ ‘ମହମ୍ମଦ’ ଲେଖାଥିବା ଭଳି ଦେଖାଯାଏ। ଦୁଃଖର ବିଷୟକି ୧୦୦କିଲୋ ଓଜନର ‘ସେରୁ’ ରୋଗଗସ୍ତ ହେବାରୁ ତାହାର ନିକଟରେ ମୃତ୍ୟୁ ହୋଇଯାଇଛି। ଜୁନ ୨୯ରେ ତାର ବିକ୍ରି ହେବାର ଯୋଜନା ଥିଲା। ସେରୁର ମୃତ୍ୟୁ ପରେ ମାଲିକ ସକିଲ ଶେଖ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।
ସକିଲଙ୍କ ଛେଳି ପାଳିବା ପ୍ରତି ଦୁର୍ବଳତା ରହିଛି। ଯେତେବେଳ ଏହି ସ୍ବତନ୍ତ୍ର ଛେଳି ଜନ୍ମ ନେଇଥିଲା। ସକିଲ ବହୁତ ଖୁସି ହୋଇଯାଇଥିଲେ। ସ୍ନେହରେ ତାହାର ନାମ ଦେଇଥିଲେ ‘ସେରୁ’। ସେରୁକୁ ଛୁଆଟି ବେଳରୁ ଅନ୍ୟ ଛେଳିମାନଙ୍କ ପ୍ରତି ସକିଲ ବହୁତ ସ୍ନେହ କରୁଥିଲେ। ଏହି ଛେଳିବି ଛୁଆଟି ବେଳରୁ ହିଁ ଚର୍ଚ୍ଚାରେ ରହି ଆସିଥିଲା।