ନୂଆଦିଲ୍ଲୀ: ବକରିଦ ପର୍ବ ଚଳିତବର୍ଷ ଜୁନ ଶେଷରେ ଅର୍ଥାତ ଜୁନ ୨୯ରେ ଲୋକେ ପାଳନ କରିବେ। ମୁସଲମାନ ଭାଇ ଓ ଭଉଣୀମାନଙ୍କ ପାଇଁ ବକରିଦ ଏକ ବଡ଼ ପର୍ବ ବୋଲି ଧରାଯାଇଥାଏ। ବକରିଦ ପର୍ବ ବଳିଦାନର ପ୍ରତୀକ ବୋଲି କୁହାଯାଏ।
ବକରିଦ ପର୍ବ ପାଇଁ ଛେଳି କିଣା ବି ଆରମ୍ଭ ହୋଇଯାଇଛି। ଛେଳି ସାଧାରଣ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ରାଜସ୍ଥାର ଝୁନଝୁନୁରେ ଗ୍ରାହକମାନେ ଏକ ଛେଳିକୁ ୭ଲକ୍ଷ ଟଙ୍କା ଦେଇ କିଣିବାକୁ ଚାହୁଁଥିଲେ ବି ମାଲିକ ରାଜି ନାହନ୍ତି। ଛେଳିର ଏଭଳି ମହଙ୍ଗା ମୂଲ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
ଏହି ଛେଳିକୁ କିଣିବା ପାଇଁ ଗ୍ରାହକଙ୍କ ଲମ୍ବାଧାଡ଼ି ଲାଗିଥିବା ବେଳେ ମାଲିକ କିନ୍ତୁ ବିକ୍ରି କରିବାକୁ ରାଜି ନାହାନ୍ତି। ଏମିତି କି ଗ୍ରାହକମାନେ ଛେଳିକୁ କିଣିବା ପାଇଁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ରାଜି ଥିବା ବେଳେ ମାଲିକ ତାଙ୍କ ଛେଳିକୁ ବିକ୍ରି କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଛେଳିର ଗଳାରେ ଆରବି ଭାଷାରେ ଅଲ୍ଲାହ ଲେଖାହୋଇଛି। ଏହି କାରଣରୁ ବିକରିଦ ଦିନ ଏହି ଛେଳିକୁ କୁର୍ବାନୀ ଦେବା ପାଇଁ ଅନେକ ଗ୍ରାହକଙ୍କ ଭିଡ଼ ଲାଗିଛି। ଦିନେଶ ୫ବର୍ଷ ହେବ ଛେଳି ପାଳନ କରି ଆସୁଥିବା ବେଳେ କବରିଦକୁ ସେ ଅପେକ୍ଷା କରି ରହିଥିଲେ। ତାଙ୍କର ବିଶ୍ବାସ କି ଚଳିବର୍ଷ ତାଙ୍କର ଛେଳିକୁ ସେ ଭଲ ଦାମରେ ବିକ୍ରି କରିବେ।