ନୂଆଦିଲ୍ଲୀ: ଲୋକଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆ ଏକ ବହୁତ ଭଲ ପ୍ଲାଟଫର୍ମ ପାଲଟି ଯାଇଛି। ପ୍ରାୟତଃ ଲୋକମାନେ ସେମାନଙ୍କର କଳାକୁ ବିଶ୍ୱକୁ ଦେଖାଇବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ସୁନ୍ଦର ପ୍ରତିଭାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶଂସା କରିଛନ୍ତି।
ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ଘରର ଛାତ ଉପରକୁ ଏକ ପାତ୍ରରେ ମାଟି ନେଇ ଆସୁଥିବା ଦେଖିବାକୁ ମିଳୁଛି।। ଏହାପରେ ପାତ୍ରରେ ଥିବା ମାଟିକୁ ସେ ଘର ଛାତ ଉପରେ ବିଞ୍ଚୁଛନ୍ତି। ପ୍ରଥମ କିଛି ସେକେଣ୍ଡ ବ୍ୟକ୍ତି ଜଣକ କ’ଣ କରିବାକୁ ଚାହୁଁଛନ୍ତି, ଏପରି ମାଟି କାହିଁକି ବିଞ୍ଚୁଛନ୍ତି ତାହା ବୁଝି ହେଉ ନାହିଁ। କିନ୍ତୁ କିଛି ସମୟ ପରେ ସେ ମାଟିରେ ପ୍ରଭୁ ହନୁମାନଙ୍କ ଚିତ୍ର ଆଙ୍କିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଦେଖୁଦେଖୁ ଚମତ୍କାର ଭାବେ ବ୍ୟକ୍ତି ଜଣକ ପ୍ରଭୁ ହନୁମାନଙ୍କ ଚିତ୍ର ଆଙ୍କି ଦେଇଥିଲେ।
सियावर राम चंद्र की जय... पवनसुत हनुमान की जय...#Trending#viralvideo#TrendingNow#trendingvideospic.twitter.com/s7PaTwh7y6
— Narendra Singh (@NarendraNeer007) November 12, 2022
ଏହି ଭିଡିଓରେ କଳାକାରଙ୍କ ହାତର ଜାଦୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓକୁ ବାରମ୍ବାର ଦେଖିବା ସହିତ ସେୟାର ବି କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।