ଲକ୍ଷ୍ମୀ, ସତୀ ଏବଂ ସରସ୍ୱତୀଙ୍କର ଅହଙ୍କାର ଭାଙ୍ଗିବାକୁ କ’ଣ କରିଥିଲେ ଭଗବାନ ? ଜାଣନ୍ତୁ ସେମାନଙ୍କର ଅହଙ୍କାର କ’ଣ ଥିଲା ?

ଭାରତବର୍ଷ ରେ ଅନେକ ସତୀ ସାଧ୍ୱୀ ଜନ୍ମଗ୍ରହଣ କରି ଏହି ଭୂମିକୁ ପବିତ୍ର କରିଛନ୍ତି। ଏମାନଙ୍କ ମଧ୍ୟରେ ସତୀ ଅନସୂୟାଙ୍କ ସ୍ଥାନ ଶୀର୍ଷରେ। ତାଙ୍କର ଜନ୍ମ ଏକ ଉଚ୍ଚ କୁଳରେ ହୋଇଥିଲା। ବ୍ରହ୍ମାଙ୍କର ମାନସ ପୁତ୍ର ତପସ୍ୱୀ ମହର୍ଷି ଅତ୍ରିଙ୍କୁ ସେ ବିବାହ କରିଥିଲେ। ସ୍ୱାମୀ ଅତ୍ରିଙ୍କୁ ସେବା ଯତ୍ନକରି ସତୀ ଅନସୂୟା ତାଙ୍କର ହୃଦୟ ଜିଣିଥିଲେ।
ଭଗବାନ ନିଜ ଭକ୍ତ ମାନଙ୍କର ଯଶ ବୃଦ୍ଧି କରାଇବା ପାଇଁ ନାନାପ୍ରକାର ଲୀଳା କରିଥାନ୍ତି।

ଶ୍ରୀଲକ୍ଷ୍ମୀ, ଶ୍ରୀସତୀ ଏବଂ ଶ୍ରୀ ସରସ୍ୱତୀଙ୍କର ନିଜର ପାତିବ୍ରତ୍ୟ ଉପରେ ଖୁବ୍‌ ଅଭିମାନ ଥିଲା ଏ ତିନି ଦେବୀଙ୍କର ଅହଙ୍କାର ଭ୍ରଷ୍ଟ କରିବା ଲାଗି ଇଚ୍ଛା କରିଲେ। ସେ ଏଥିପାଇଁ ଦେବର୍ଷି ନାରଦଙ୍କୁ ସ୍ମରଣ କରିଲେ। ଭଗବାନ ନାରଦଙ୍କୁ ନିଜର ଇଚ୍ଛା ପ୍ରକାଶ କରିଲେ। ତା’ପରେ ଭଗବାନଙ୍କ ଆଦେଶରେ ନାରଦ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚିଲେ। ନାରଦଙ୍କୁ ଦେଖି ଲକ୍ଷ୍ମୀଙ୍କ ମୁଖମଣ୍ଡଳରେ ହାସ୍ୟରୋଳ ସୃଷ୍ଟି ହେଲା। ସହାସ୍ୟବଦନରେ ଦେବର୍ଷିଙ୍କୁ ସ୍ୱାଗତ ଜଣାଇ ଲକ୍ଷ୍ମୀ କହିଲେ, ଦେବର୍ଷି ଆପଣ କୁଆଡ଼େ ଯାଇଥିଲେ, ଅନେକ ଦିନ ହେଲା ଆପଣଙ୍କର ଦେଖା ନ ଥିଲା। କୁହନ୍ତୁ କେମିତି ଆଗମନ ହେଲା?


ନାରଦ କାଳ ବିଳମ୍ବ ନ କରି କହିଲେ, ମାତା! ମୁଁ ତ ଚାରିଆଡ଼େ ବୁଲିବା ଲୋକ, ମତେ ଫୁରସତ୍‌ କାହିଁ! ହେଲେ ଏଥର ମୁଁ ଚିତ୍ରକୂଟ ଯାଇ ଯାହା ଦେଖିଲି, ଭାବିଲି, ତା’ମାତାଙ୍କୁ ନ ଜଣାଇଲେ ଠିକ୍‌ ହେବ ନାହିଁ। ମୁଁ ଚିତ୍ରକୂଟରେ ଥିବା ମହର୍ଷି ଅତ୍ରିଙ୍କ ଆଶ୍ରମରେ ପହଂଚିଥିଲି। ମୁଁ ସେଠି ମହର୍ଷି ଙ୍କ ପତ୍ନୀ ଅନସୂୟା ଙ୍କ ଦର୍ଶନ କରି କୃତାର୍ଥ ହୋଇଗଲି। ତିନିଲୋକରେ ତାଙ୍କ ସମକକ୍ଷ ପତିବ୍ରତା ନାରୀ ତ ମୁଁ କୌଣସି ଠାରେ ଦେଖିନାହିଁ।’’

ସମ୍ବନ୍ଧିତ ଖବର