ଦୀପାବଳି ଅବସରରେ ଜପ କରିପାରନ୍ତି ମା’ ମହାଲକ୍ଷ୍ମୀଙ୍କର ଏହି ମନ୍ତ୍ର

ଆସୁଛି ଦୀଓ୍ଵାଲୀ। ଏହି ଦୀପାବଳି ଅବସରରେ ମା’ ମହାଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ମହାଲକ୍ଷ୍ମୀଙ୍କର ବିଶେଷ ମନ୍ତ୍ର ଜପ କରାଯିବ ଆବଶ୍ୟକ । ଲକ୍ଷ୍ମୀଙ୍କ ମନ୍ତ୍ରଗୁଡିକ ସିଦ୍ଧି ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହାର ପ୍ରତ୍ୟେକ ମନ୍ତ୍ରରେ ଶକ୍ତି ଅଛି । ଏହି ମନ୍ତ୍ରଗୁଡିକ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ ଅସୁବିଧା ସମୟରେ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ କଷ୍ଟରୁ ରକ୍ଷା କରିଥାଏ । ଏଭଳି କେତେକ ମନ୍ତ୍ର ଦୀପାବଳି ସମୟରେ ଜପ କରିବା ଉଚିତ ।

୧. ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମନ୍ତ୍ର –
ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ
୨.ସମସ୍ତ ପ୍ରକାରର ପ୍ରାଚୁର୍ଯ୍ୟ ପ୍ରାପ୍ତ କରିବା ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର –
ଓଁ ହ୍ରିଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୈ ନମଃ
୩. ଅଧିକ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର
ଓଁ ଶ୍ରୀଂ ଶ୍ରୀ-ଐ ନମଃ!
୪. ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର
ଓଁ ମହା ଦୈବୈଚ ବିଦ୍‌ମହେ, ବିଷ୍ଣୁପତ୍ନୀଚ ଧୀମହି, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍‌

୫ ସ୍ୱତନ୍ତ୍ର ଦୀପାବଳୀ ମନ୍ତ୍ର – ଏହି ମନ୍ତ୍ରଟି ହେଲା -ଓଁ ଶ୍ରୀ ହ୍ଳୀଂ କ୍ଲୀଂ ଏଂ ସୌଂ ଓଁ କ୍ଲୀଂ ହ୍ଲୀଂ କ ଏଇ ଲ ହ୍ଳୀଂ ହସ କ ହ ଲ ହ୍ଳୀଂ ସକଳ ହ୍ଳୀଂ ସୌଂ ଏଂ କ୍ଳୀଂ ହ୍ଳୀଂ…ଶ୍ରୀ ଓଁ । ଏହିମନ୍ତ୍ରକୁ ୨୧ ରୁ ୧୦୮ ଥର ଜପ କରିଲେ ଭଲ । ମନେ ରଖନ୍ତୁ ଏହାର ସ୍ପଷ୍ଟ ଏବଂ ଶୁଦ୍ଧ ଉଚ୍ଚାରଣ ହେବା ଦରକାର।
୬ ଧନ ସଂପଦ, ବ୍ୟବସାୟ , ବୃତ୍ତିଗତ ଅଭିବୃଦ୍ଧି ଓ ବୈବାହିକ ଜୀବନରେ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର – ଶ୍ରୀଂ

କିପରି ଜପ କରିବେ ଏହି ମନ୍ତ୍ର- ମହାଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିଲେ ଶୀଘ୍ର ଫଳ ମିଳିଥାଏ । ଏହି ମନ୍ତ୍ର ଜପ କରିବାକୁ ଆରାମଦାୟକ ସ୍ଥିତିରେ ବସନ୍ତୁ । ଏହି ସମୟରେ ଆପଣ ନିଜର ଚକ୍ଷୁ ଖୋଲା ରଖିପାରନ୍ତି ବା ବନ୍ଦ ରଖିପାରନ୍ତି । ସାକ୍ଷାରଣତଃ ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ । ଏହି ମନ୍ତ୍ରକୁ ଆପଣ ଉଚ୍ଚ ସ୍ୱରରେ ଅଥବା ନୀରବରେ ବା ସାଧାରଣ ସ୍ୱରରେ ଜପ କରିପାରନ୍ତି ।
ଧନତେରସ୍‌ ବା ଦୀପାବଳିରୁ ଆରମ୍ଭ କରି କ୍ରମାଗତ ଭାବେ ୪୦ ଦିନ ଯାଏଁ ଉପରୋକ୍ତ ମନ୍ତ୍ର ଦୈନିକ ୧୦୮ ଥର ଜପ କରିଲେ ସର୍ବାଧିକ ସୁଫଳ ମିଳିଥାଏ । ଏପରିକି ୧୦ ଦିନ ଯାଏଁ ଜପ କରିଲେ ବି ସୁଫଳ ପ୍ରାପ୍ତ ହୋଇଥାଏ ।
ମହାଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋଚିତ୍ର ସାମ୍ନାରେ ଦୀପଟିଏ ଜଳାଇ ଉପରୋକ୍ତ ସିଦ୍ଧମନ୍ତ୍ର ଜପ କରିଲେ ସ୍ୱତନ୍ତ୍ର ଫାଇଦା ମିଳିଥାଏ । ମହାଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ପ୍ରଦାନ ପୂର୍ବକ ଉପରୋକ୍ତ ମନ୍ତ୍ର ଜପ କରିଲେ ମଧ୍ୟ ସୁଫଳ ମିଳିଥାଏ ।

 

ସମ୍ବନ୍ଧିତ ଖବର