ପୌରାଣିକ କଥା ଅନୁସାରେ ଭଗବାନ ଚନ୍ଦ୍ରଦେବଙ୍କର ବିବାହ ଦକ୍ଷ ପ୍ରଜାପତିଙ୍କର ସତେଇଶ ସହସ୍ର କନ୍ୟାଙ୍କ ସହିତ ସଂପନ୍ନ ହୋଇଥିଲା।ହେଲେ ଚନ୍ଦ୍ରଦେବ ସେମାନଙ୍କ ଅପେକ୍ଷା ଦକ୍ଷଙ୍କର ଜଣେ କନ୍ୟା ରୋହିଣୀଙ୍କୁ ହିଁ ଅଧିକ ପ୍ରେମ କରୁଥିଲେ,ଯାହଫଳରେ ଅନ୍ୟ କନ୍ୟାମାନେ ପିତାଙ୍କ ନିକଟରେ ନିଜର ଦୁଃଖକୁ ପରିପ୍ରକାଶ କରିଲେ।ତେବେ ଦକ୍ଷ ସ୍ୱଭାବରୁ ହିଁ କ୍ରୋଧୀ ଥିବା ଯୋଗୁଁ ସେ ତାଙ୍କର କ୍ରୋଧକୁ ନିୟନ୍ତ୍ରଣ ନକରି ଚନ୍ଦ୍ରଙ୍କୁ କ୍ଷୟ ରୂପରେ ଗ୍ରସ୍ଥ ହେବାକୁ ଅଭିଶାପ ଦେଲେ।ଯାହାଫଳରେ କି ଭଗବାନ ଚନ୍ଦ୍ରଦେବ କ୍ଷୟ ରୂପରେ ଗ୍ରସ୍ତ ହେବାକୁ ଲାଗିଲେ।
ଏକଦା ନାରଦ ଚନ୍ଦ୍ରଙ୍କୁ ଭଗବାନ ଆଶୁତୋଷ ଅର୍ଥାତ୍ ଭଗବାନ ଶିବଙ୍କୁ ଆରାଧନା କରିବାକୁ ପରାମର୍ଶ ଦେଲେ। ନାରଦଙ୍କ ପରାମର୍ଶ ମାନି ଚନ୍ଦ୍ର ତତ୍ପଶ୍ଚାତ୍ ଭଗବାନ ଶିବଙ୍କର ଆରାଧନା କରିବାକୁ ଲାଗିଲେ ଓ ଧିରେ ଧିରେ ତପସ୍ୟା କରି ଜୀବନର ଅନ୍ତିମ ସମୟରେ ପହଞ୍ଚଗଲେ।ଏହାକୁ ଦେଖି ଭଗବାନ ଭୋଳାଶଙ୍କର ଚନ୍ଦ୍ରଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ପ୍ରଦୋଷ କାଳରେ ପୁନର୍ଜୀବନର ବରଦେଇ ନିଜ ମସ୍ତକରେ ଧାରଣ କରିଲେ। ଅର୍ଥାତ୍ ଚନ୍ଦ୍ର ମୃତ୍ୟୁ ତୁଲ୍ୟ ହୋଇ ବି ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ ଏବଂ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଦେବ ପୂର୍ଣ୍ଣଚନ୍ଦ୍ରରେ ପରିଣତ ହେଲେ।
ଚନ୍ଦ୍ର କ୍ଷୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ତୁଲ୍ୟ କଷ୍ଟକୁ ଭୋଗୁଥିଲେ ବି ଭଗବାନ ଶିବ ତାଙ୍କର ଏହି ଦୋଷକୁ ନିବାରଣ କରି ଚନ୍ଦ୍ରଙ୍କୁ ନୂତନ ଜୀବନ ପ୍ରଦାନ କରିଥିଲେ।