ଭଗବାନ ଶିବଙ୍କର ମହିମା ଅପାର। ସେ ଅନେକ ପ୍ରକାରର ମଙ୍ଗଳ କରିଥାନ୍ତି। ସେଥିଭିତରୁ ଗୋଟିଏ କଥା ହେଲା ଯେଭଗବାନ ଶିବ ବିଷକୁ କଣ୍ଠରେ ଧାରଣ କରିଥିଲେ । ଏବେ ଆସନ୍ତୁ ଜାଣିବା ସେ ଏପରି କାହିଁକି କରିଥିଲେ। ବ୍ରହ୍ମାଣ୍ଡର ଅସ୍ତିତ୍ୱ ଉପରେ ଯେତେବେଳେ ସଙ୍କଟାପନ୍ନ ହେଲା,ସେତେବେଳେ ଭୋଳାନାଥ ଶିବ ସମସ୍ତଙ୍କ କଲ୍ୟାଣ ଓ ରକ୍ଷା ନିମିତ୍ତ ନିଜେ ବିଷକୁ କଣ୍ଠରେ ଧାରଣ କରିଥିଲେ।
ଶିବ ହେଉଛନ୍ତି ମଙ୍ଗଳମୟ।ସେ ସଂସାରର ତ୍ରାଣକର୍ତ୍ତା।କଥାରେ ଅଛି କୋପେ ବର କି ତପେ ବର!ଭଗବାନ ଶିବ ଖୁବ୍‌ କରୁଣାମୟ। ସେ ସହଜରେ ଭକ୍ତମାନଙ୍କର ମନୋବାଞ୍ଛିତ ଫଳ ପ୍ରଦାନ କରିଥା’ନ୍ତି।

Advertisment

publive-image
ଅଭିବ୍ୟକ୍ତି ପାଇଁ ସ୍ୱରକାରକ ଭଗବାନ ମହାଦେବ ହେଉଛନ୍ତି ପରମ ଶାନ୍ତି ପ୍ରଦାୟକ ଓ ସୁଦ୍ଧାର କର୍ତ୍ତା। ସ୍ୱୟଂ ଜଟାଜୁଟ ଓ ସର୍ପକୁ ଅଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା। ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟ ସ୍ୱାମୀ ହେଉଛନ୍ତି ଶିବ।ସଂକ୍ଷେପରେ କହିବାକୁ ଗଲେ,ଯିଏ ଶିବ ନୁହେଁ,ସେ ଶବ ଅଟେ।