ଜାଣନ୍ତି ,ଅଗ୍ନିଦେବଙ୍କର ପତ୍ନୀ କିଏ ?

ଅଗ୍ନିଦେବ ସର୍ବତ୍ର ବିଦ୍ୟମାନ । ସେ ସର୍ବତ୍ର ଅଗ୍ନିରୁ ହିଁ ଉତ୍ପନ୍ନ ଏବଂ ସମସ୍ତ ଗ୍ରହକୁ ମଧ୍ୟ ସେ ହିଁ ଧାରଣ କରିଛନ୍ତି । ବେଦମାନଙ୍କ ମଧ୍ୟରେ ସର୍ବପ୍ରଥମ ନାମ ହେଉଛି ଋଗ୍‌ବେଦ ଏବଂ ସେଥିରେ ପ୍ରଥମ ଶଦ୍ଦ ‘ ଅଗ୍ନି’ ରୁ ହିଁ ପ୍ରାପ୍ତ ହୋଇଥାଏ । ଏଣୁ କୁହାଯାଏ ଯେ ବିଶ୍ୱ ସାହିତ୍ୟର ପ୍ରଥମ ଶଦ୍ଦ ମଧ୍ୟ ‘ ଅଗ୍ନି’ ।  ଗ୍ରନ୍ଥମାନଙ୍କରେ ମଧ୍ୟ ଏକାଧିକବାର କୁହାଯାଇଛି ଯେ ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ‘ ଅଗ୍ନି’ ଙ୍କର । ଆଚାର୍ଯ୍ୟ ମାସ୍କ ଓ ସାୟଣାଚାର୍ଯ୍ୟ ଋଗ୍‌ବେଦର ପ୍ରାରମ୍ଭରେ ଅଗ୍ନିଙ୍କର ସ୍ତୁତି କରିଛନ୍ତି । ଏହାର କାରଣ ହେଲା ଯେ ଅଗ୍ନି ହେିଁ ଦେବତାମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସବୁଠୁଁ ଆଗରେ ଚାଲି ଥାଆନ୍ତି । ଯୁଦ୍ଧରେ ଅଗ୍ନିଦେବ ହିଁ ସେନାପତିର କାର୍ଯ୍ୟ କରି ଥାଆନ୍ତି । ତାଙ୍କୁ ହିଁ ଆଗରେ ରଖି ଦେବଗଣ ଯୁଦ୍ଧ କରି ରାକ୍ଷସମାନଙ୍କୁୂ ପରାଜିତ କରିଥିଲେ ।

photo-pragyata.com

ପୁରାଣ ରେ ଥିବା ବର୍ଣ୍ଣନା ଅନୁଯାୟୀ ଅଗ୍ନିଙ୍କ ପତ୍ନୀ ହେଉଛନ୍ତି ‘ ସ୍ୱାହା’ । ସେ ଦେବଗଣଙ୍କ ମୁଖ ଓ ସେଥିରେ ଯେଉଁ ଆହୁତି ଦିଆ ଯାଇଥାଏ , ତାହା ସ୍ୱାହାଙ୍କ ଜରିଆରେ ଦେବଗଣଙ୍କ ନିକଟରେ ପହଞ୍ଚିଥାଏ । କେବଳ ଋଗ୍‌ ବେଦରେ ଅଗ୍ନିଙ୍କର ଦୁଇ ଶହ ସୂକ୍ତ ପ୍ରାପ୍ତ ହୋଇଥାଏ । ସେହିପରି ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ମଧ୍ୟ ତାଙ୍କର ସ୍ତୁତି ରହିଛି । ଋଗ୍‌ବେଦର ପ୍ରଥମ ସୂକ୍ତିରେ ଅଗ୍ନିଦେବଙ୍କୁ ପ୍ରାର୍ଥନା କରିବାର ବିଶ୍ୱାମିତ୍ରଙ୍କ ମଧୁଚ୍ଛନ୍ଦା କହନ୍ତି, ‘ ମୁଁ ସର୍ବ ପ୍ରଥମେ ଅଗ୍ନିଦେବଙ୍କ ସ୍ତୁତି କରୁଛି, ଯିଏ କି ସମସ୍ତ ଯଜ୍ଞ ର ପୁରୋହିତ ଅଟନ୍ତି । ’ ପୁରୋହିତ ରାଜାର ସର୍ବପ୍ରଥମେ ଆଚାର୍ଯ୍ୟ ଏବଂ ସେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ କରିଥାଆନ୍ତି ।

ସମ୍ବନ୍ଧିତ ଖବର