ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଥିବାବେଳେ,ବାର ଅନୁସାରେ ଉପାୟ ଗୁଡ଼ିକର ଅବଲମ୍ବନ ଯୋଗୁଁ ବ୍ୟକ୍ତିର ଘର ମଧ୍ୟରେ ଦେବୀ-ଦେବତାମାନଙ୍କର କୃପାଲାଭ ହୋଇଥାଏ। ମଙ୍ଗଳବାରକୁ ଭଗବାନ ହନୁମାନଙ୍କର ଦିନ ବୋଲି କୁହାଯିବା ସହିତ,ଏହି ଦିନରେ ଭଗବାନ ହନୁମାନଙ୍କର ପୂଜା କରାଯିବାକୁ କୁହାଯାଇଥାଏ। ତେଣୁ ସପ୍ତାହକ ବାର ମଧ୍ୟରେ ମଙ୍ଗଳବାରରେ କେଉଁ ଉପାୟରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଉଚିତ ଜାଣନ୍ତୁ ।
ଆପଣ ମଙ୍ଗଳବାର ଦିନ କୌଣସି ଏକ ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ସାଥିରେ ଏକ ନଡ଼ିଆ ମଧ୍ୟ ନିଅନ୍ତୁ। ଏହାପରେ ଆପଣ ଏହି ନଡ଼ିଆକୁ ଆପଣଙ୍କ ମୁଣ୍ଡ ଉପରେ ସାତଥର ଘୂରାଇକରି , ହନୁମାନଙ୍କ ସମ୍ମୁଖରେ ଭାଙ୍ଗି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ତ ବାଧାବିଘ୍ନକୁ ଦୂର ହୋଇଥାଏ।
/sambad/media/post_attachments/wp-content/uploads/2018/02/hanumanpujahimalayavedicworld.com_-300x214.jpg)
ଏତଦ୍ବ୍ୟତୀତ ଆପଣ ମଙ୍ଗଳବାରରେ କୌଣସି ଏକ ଓସ୍ତ ବୃକ୍ଷ ମୂଳରେ ଜଳ ଚଢ଼ାନ୍ତୁ। ଏହାପରେ ଓସ୍ତ ବୃକ୍ଷ ମୂଳରେ ବସି ଭଗବାନ ହନୁମାନ ଚଳିଶା ପାଠ କରନ୍ତୁ। ଏହା ବି ବହୁତ ଭଲ ବୋଲି କୁହାଯାଏ। ଠିକ୍ ସେହିଭଳି ମଙ୍ଗଳବାରରେ ହନୁମାନଙ୍କୁ ସିନ୍ଦୁର ଏବଂ ତେଲ ଅର୍ପିତ କରିବାକୁ ମଧ୍ୟ ଶୁଭ ବୋଲି କୁହା ଯାଇଥାଏ।ଯେଉଁଭଳି ଭାବରେ ବିବାହିତ ସ୍ତ୍ରୀମାନେ ନିଜର ପତିମାନଙ୍କ ଲମ୍ବା ଆୟୂଷ ଲାଗି ସିନ୍ଦୁରକୁ ନିଜ ମଥାରେ ଲଗାଇଥା’ନ୍ତି,ଠିକ୍ ସେହିଭଳି ଭାବରେ ଭଗବାନ ବଜରଙ୍ଗବାଲୀ ମଧ୍ୟ ନିଜର ସ୍ୱାମୀ ପ୍ରଭୁ ଶ୍ରୀରାମଙ୍କ ପାଇଁ ସିନ୍ଦୁର ଲଗାନ୍ତି ।