ସୁନାର ପର୍ବତ ! ଉତ୍ତର ପ୍ରଦେଶର ସୋନପାହାଡ଼ି ପର୍ବତରେ ସୁନା ଖଣି ସନ୍ଧାନ

ଉତ୍ତର ପ୍ରଦେଶର ସୋନଭଦ୍ର ଏକ ନକ୍ସଲପ୍ରବଣ ଜିଲ୍ଲା ଭାବେ ଜଣାଶୁଣା। ଏବେ ଆଉ ଏକ କାରଣ ପାଇଁ ଜିଲ୍ଲାଟି ସାରା ଦେଶରେ ଚର୍ଚ୍ଚା ପରିସରକୁ ଆସିଛି। ଚର୍ଚ୍ଚା ପଛରେ ରହିଛି ଏହି ଜିଲ୍ଲାର ଦୁଇଟି ଅଞ୍ଚଳରୁ ଠାବ ହୋଇଥିବା ପର୍ଯ୍ୟାପ୍ତ ପରିମାଣର ସୁନା।

ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସ˚ସ୍ଥାର ଆକଳନ ଅନୁସାରେ ଏହି ଅଞ୍ଚଳରେ ପ୍ରାୟ ତିନି ହଜାର ଟନ୍‌ ଓଜନର ସୁନା ଗଚ୍ଛିତ ଅଛି। ସୋନପାହାଡ଼ି ନାମକ ଏକ ଛୋଟିଆ ପର୍ବତରେ ୨,୯୪୪ ଟନ୍‌ ଏବ˚ ହାର୍ଡି ବ୍ଲକ୍‌ର ଗୋଟିଏ ସ୍ଥାନରେ ପ୍ରାୟ ୬୪୬ କିଲୋଗ୍ରାମ୍‌ ଓଜନର ସୁନା ପୋତି ହୋଇ ରହିଛି, ଯାହାର ଆନୁମାନିକ ମୂଲ୍ୟ ବାର ଲକ୍ଷ କୋଟି ଟଙ୍କା ହେବ। ଏବେ ଭାରତ ପାଖରେ ମୋଟ ୬୨୬ ଟନ୍‌ ଓଜନର ସୁନା ଥିବାବେଳେ ଠାବ ହୋଇଥିବା ସୁନାର ଓଜନ ଏହା ଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ। କେବଳ ସୁନା ନୁହେଁ; ୟୁରାନିୟମ୍‌, ଲୌହ, ପଟାସ୍‌, ସିଲିମାନାଇଟ୍‌ ଭଳି ମୂଲ୍ୟବାନ୍‌ ଖଣିଜ ପଦାର୍ଥ ମଧୢ ଏହି ପର୍ବତରେ ଥିବାର ସନ୍ଧାନ କରାଯାଇଛି। ଖୁବ୍‌ ଶୀଘ୍ର ସୁନା ପର୍ବତର ନିଲାମ ହେବ।

ଉଲ୍ଲେଖନୀୟ, ସବୁଠାରୁ ଅଧିକ ସୁନା ଗଚ୍ଛିତ ଥିବା ରାଷ୍ଟ୍ର ତାଲିକାର ଶୀର୍ଷରେ ଏବେ ଯୁକ୍ତରାଷ୍ଟ୍ର ଆମେରିକା ଥିବାବେଳେ ଭାରତ ଦ୍ବିତୀୟ ସ୍ଥାନକୁ ଉଠିବାର ଆଶା ସ˚ଚାର ହୋଇଛି।

ସମ୍ବନ୍ଧିତ ଖବର