ନୂଆ ଘର ନିର୍ମାଣ ପାଇଁ ମାଟି ଖୋଳୁଥିବା ସମୟରେ ବାହାରିଲା ସୁନା ଓ ରୁପା ଅଳଙ୍କାର ଭର୍ତ୍ତି ଦୁଇଟି ହାଣ୍ଡି

ନୂଆଦିଲ୍ଲୀ: ମାଟି ଖୋଳୁଖୋଳୁ ସୁନା ଓ ରୂପା ମିଳିବା ଘଟଣା ସିନେମାରେ ଦେଖିଛେ ବା କାହାଣୀରେ ପଢ଼ିଥିବା ବେଳେ କିଛି ବାସ୍ତବ ଘଟଣା ବି ସାମ୍ନାକୁ ଆସିଥିଲା। ଏମିତି ଏକ ଘଟଣା ନିକଟରେ ମଧ୍ୟପ୍ରଦେଶର ଉଜ୍ଜୈନ୍‌ ଜିଲ୍ଲାର ମହିଦପୁରରେ ଦେଖିବାକୁ ମିଳିଛି।

ଗତ ବୁଧବାର ଦିନ ଏକ ପୁରୁଣା ଘର ଖୋଳିବା ସମୟରେ ଶ୍ରମିକମାନେ ବହୁ ମୂଲ୍ୟବାନ ଧାତୁ ସହିତ ସୁନା ଓ ରୁପା ଅଳଙ୍କାର ଭର୍ତ୍ତି ଦୁଇଟି ମାଟିହାଣ୍ଡି ପାଇଥିଲେ। ମାଟି ତଳୁ ମିଳିଥିବା ଅଳଙ୍କାର ଭର୍ତ୍ତି ହାଣ୍ଡି ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି।

'मालिक ने दबा दी थी खजाना मिलने की खबर'
oneindia.com

ଏହି ଘଟଣା ସମ୍ପର୍କରେ ମହିଦପୁରର ତହସିଲଦାର ବିନୋଦ ଶର୍ମା କହିଛନ୍ତି ବିଜେନ୍ଦ୍ର ଦୁବେ ନାମକ ଜଣେ ବ୍ୟକ୍ତି ତାଙ୍କ ପୁରୁଣା ଘର ଭାଙ୍ଗି ଏକ ନୂତନ ଘର ନିର୍ମାଣ କରୁଥିଲେ। ଏହି ସମୟରେ ଗତ ବୁଧବାର ସକାଳେ ଶ୍ରମିକମାନେ ଘର ଖୋଳୁଥିବା ବେଳେ ହଠାତ ଦୁଇଟି ତମ୍ବା ହାଣ୍ଡି ମାଟି ତଳେ ଥିବା ଦେଖିବାକୁ ପାଇଥିଲେ। ଧୀରେଧୀରେ ମାଟି ଖୋଳି ହାଣ୍ଡିକୁ ସେଥିରୁ ବାହାର କରିଥିଲେ। ଏହି ହାଣ୍ଡି ଭିତରେ ଅଳଙ୍କାର ଭର୍ତ୍ତି ଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

'जब्त किए गए गहने पूरे खजाने का केवल एक हिस्सा हैं'
oneindia.com

ଘରର ମାଲିକ ଏତେ ପରିମାଣର ଧନ ଦେଖିବା ପରେ ତାହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଖବର ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ଏହା ପରେ ପୁଲିସ ଓ ପ୍ରଶାସନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ମିଳିଥିବା ଉକ୍ତ ଅଳଙ୍କାର ଭର୍ତ୍ତି ହାଣ୍ଡିକୁ ଜବତ କରି ନେଇଥିଲେ। ସରକାରଙ୍କୁ ତଥ୍ୟ ଲୁଚାଇବା ମାମଲାରେ ପୁଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର