ସୁନାରେ ପ୍ରସ୍ତୁତ ମିଠା ଖାଇଛନ୍ତି କି, କିଲୋ ପିଛା ୯ ହଜାର ଟଙ୍କାରେ ମିଳୁଛି ଏହି ମିଠା

ସୁରଟ: ମିଠା ଖାଇବା କାହାକୁ ପସନ୍ଦ ନୁହେଁ, କିନ୍ତୁ ଆପଣ କେବେ ସୁନାର ମିଠା ଖାଇଛନ୍ତି କି ? ଗୁଜୁରାଟର ସୁରଟରେ ଏମିତି ଏକ ମିଠା ମିଳିଥାଏ ଯାହାର ନାମ ହେଉଛି ୨୪ କ୍ୟାରେଟ ମିଠା | ଏହାକୁ ପ୍ରସ୍ତୁତ କରିଥାନ୍ତି ୨୪ କ୍ୟାରେଟ ମିଠାଈ ମ୍ୟାଜିକ ନାମକ ମିଠା ଦୋକାନ | ଏହି ମିଠା ଉପରେ ୨୪ କ୍ୟାରେଟ ସୁନାର ଏକ ଆସ୍ତରଣ ଚଢାଯାଇଥାଏ | ସୁରଟର ଏହି ଦୋକାନଟି ୮୪ ବର୍ଷ ପୁରୁଣା ହୋଇଥିବାବେଳେ ୧୨ ଅଗଷ୍ଟ ୨୦୧୮ ମସିହାରେ ରାକ୍ଷୀ ଅବସରରେ ଏହି ମିଠା ଲଞ୍ଚ କରାଯାଇଥିଲା |

କିଲୋ ପିଛା ୯ ହଜାର ଟଙ୍କାରେ ଏହି ମିଠା ମିଳୁଥିବାବେଳେ ପ୍ରଥମେ ଏହି ଦାମୀ ମିଠାକୁ ବିକ୍ରି କରିବା କାଠିକର ପାଠ ହୋଇପଡ଼ିଥିଲା | ଏହା ପରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମିଠାରେ ବ୍ୟବହାର ହେଉଥିବା ସୁନା ପାଇଁ ଏକ ସାର୍ଟିଫିକେଟ ପ୍ରସ୍ତୁତ କରାଯାଇଥିଲା | ଗ୍ରାହକ ଯେତେବେଳେ ଦୋକାନକୁ ଅନ୍ୟ ମିଠା କିଣିବାକୁ ଆସିଥିଲେ ସେତେବେଳେ ତାଙ୍କୁ ଏହି ମିଠା ବାବଦରେ ବୁଝାଯାଇଥିଲା | ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢିଥିଲା | ବର୍ତ୍ତମାନ ଯେଉଁମାନେ ଏହି ମିଠା କିଣୁଛନ୍ତି ସେମାନଙ୍କୁ ସୁନା ମିଠାରେ ସାର୍ଟିଫିକେଟ ଦିଆଯିବା ସହ ସୁନାର ମହତ୍ତ୍ୱ ବାବଦରେ ଲେଖାଯାଇଥିବା ଏକ ଲିଫଲେଟ ମଧ୍ୟ ଦିଆଯାଉଛି |

photo-24 carat website

କେମିତି ପ୍ରସ୍ତୁତ ହୁଏ ଓ ଶରୀରର କୌଣସି କ୍ଷତି ହୋଇଥାଏ କି ?
ଉନ୍ନତମାନର କାଜୁକୁ ପେଷ୍ଟ କରାଯାଇ ଏଥିରେ ସ୍ପେନରୁ ଆମଦାନୀ ହେଉଥିବା କେଶରକୁ ମିଶାଯାଇଥାଏ | ଏହା ଉପରେ ସୁନାର ଆସ୍ତରଣ ଚଢାଯାଇଥାଏ | ଆୟୁର୍ବେଦୀୟ ଡାକ୍ତରଙ୍କ କହିବା ମୁତାବକ ସୁନା ଖାଇବା ଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ | ସୁନା ରକ୍ତ ସଞ୍ଚାଳନକୁ ସୁଗମ କରିବା ସହ ରକ୍ତରେ ହେମୋଗ୍ଲୋବିନର ମାତ୍ରା ମଧ୍ୟ ବଢ଼ାଇଥାଏ | ବର୍ତ୍ତମାନ ଏହି ମିଠା କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ,ସିଙ୍ଗାପୁର, ସାଉଥ ଆଫ୍ରିକାକୁ ମଧ୍ୟ ରପ୍ତାନି କରାଯାଉଛି |

ସମ୍ବନ୍ଧିତ ଖବର