ସୁନାରେ ତିଆରି ଟିଭି ବାବଦରେ ଜାଣିଛନ୍ତି କି ? ପାଣିରେ ଭିଜିଲେ ବି ହେବନାହିଁ ନଷ୍ଟ

ବ୍ରିଟେନ: ଆପଣ ତ ଘରେ ଟିଭି ଦେଖିଥିବେ କିନ୍ତୁ କେବେ ସୁନାରେ ପ୍ରସ୍ତୁତ ଟିଭି ଦେଖିଛନ୍ତି କି ? ନିକଟରେ ବ୍ରିଟେନର ଏକ କମ୍ପାନୀ ଏବେ ସୁନା ଟିଭିଟିଏ ବଜାରକୁ ଆଣିଛି | ବ୍ରିଟେନର ଆକବାଭିଜନ ନାମକ କମ୍ପାନୀ ଏହି ଟିଭିକୁ ପ୍ରସ୍ତୁତ କରିଥିବାବେଳେ ଏଥିରେ ବହୁ ଆକର୍ଷଣୀୟ ଫିଚର ମଧ୍ୟ ଦିଆଯାଇଛି | ଟିଭିର ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ୨୪ କ୍ୟାରେଟ ସୁନାରେ ନିର୍ମାଣ ହୋଇଥିବାବେଳେ ଏଥିରେ ଏଲସିଡି ସ୍କ୍ରିନ ଦିଆଯାଇଛି | ସବୁଠାରୁ ଖାସ କଥାଟି ହେଉଛି ଯେ ଏହି ଟିଭିଟି ୧୦୦ ଇଞ୍ଚର ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ଜଳନିରୋଧି ଓ ୱାଟରଫ୍ରୁଫ ରହିଛି | ଅର୍ଥାତ କେବଳ ଘରେ ନୁହେଁ ବରଂ ଘର ବାହାରେ ମଧ୍ୟ ଏହି ଟିଭିକୁ ଲଗାଯାଇପାରିବ |

photo-the mirror

ଏହି ଟିଭିରେ ଫୋର କେ ଡେ଼ଫିନିଶନ ଦିଆଯାଇଥିବାରୁ ଦର୍ଶକଙ୍କୁ ଆକର୍ଷଣୀୟ ଅନୁଭବ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ଏହି ଟିଭିର ମୂଲ୍ୟ ୧ ଲକ୍ଷ ୮ ହଜାର ପାଉଣ୍ଡ ହୋଇଥିବାବେଳେ ଭାରତୀୟ ମୁଦ୍ରାରେ ଏହି ଟିଭିର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ | ଏହି ଟିଭିଟି ଧନୀକ ଶ୍ରେଣୀର ଲୋକଙ୍କୁ ନଜରରେ ରଖି ନିର୍ମାଣ କରାଯାଇଥିବାବେଳେ ଅନଲାଇନ ବୁକିଂ କରି ମଧ୍ୟ ଆପଣ ଏହି ଟିଭିକୁ କିଣିପାରିବେ |

ବ୍ରିଟେନ ଛଡା ବର୍ତ୍ତମାନ ଆମେରିକା, ମଧ୍ୟପ୍ରାଚ୍ୟ ଦେଶମାନଙ୍କରୁ ଏହି ଟିଭି ପାଇଁ ଅଧିକ ଅର୍ଡର ଆସୁଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି | ଆକବାଭିଜନ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ସୁନାକୁ ବହୁତ ପସନ୍ଦ କରନ୍ତି ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଟିଭି ପ୍ରସ୍ତୁତ କରାଯାଇଛି |

ସମ୍ବନ୍ଧିତ ଖବର