ନୂଆଦିଲ୍ଲୀ: ରୁପା ଦାମ୍ ଦ୍ରୁତ ଗତିରେ ବଢ଼ୁଥିବାରୁ ନିବେଶକମାନଙ୍କୁ ଏହା ଅଧିକ ରିଟର୍ଣ୍ଣ ଦେଇଛି। ନିବେଶକମାନେ କେଜି ପିଛା ୯୫୮୦ ଟଙ୍କା ଲାଭ ପାଇଛନ୍ତି। ୨୦୨୪ରେ ରୁପା କେଜି ପିଛା ୧୬ ହଜାର ଟଙ୍କାର ରିଟର୍ଣ୍ଣ ପ୍ରଦାନ କରିଥିଲା। ଚଳିତ ବର୍ଷ କେବଳ ମେ’ ମାସରେ ଏହା ତାହାର ୬୦ ପ୍ରତିଶତ ରିଟର୍ଣ୍ଣ ଦେଇସାରିଲାଣି। ଏହି ମାସରେ ସୁନା ମାତ୍ର ୪.୪୫ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଛି। ସୁନା ୧୦ ଗ୍ରାମ ପିଛା ୩,୧୩୫ ଟଙ୍କା ଲାଭ ଦେଇଛି। ୨୦୨୪ ବର୍ଷସାରାରେ ସୁନା ୧୦,୩୫୯ ଟଙ୍କାର ରିଟର୍ଣ୍ଣ ପ୍ରଦାନ କରିଛି। ବିଟ୍କଏନ୍ ମାତ୍ର ୪ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଛି। ରୁପା ଦାମ୍ରେ ହୋଇଥିବା ବୃଦ୍ଧି ସମ୍ପର୍କରେ ଏଚ୍ଡିଏଫ୍ସି ସିକ୍ୟୁରିଟିର କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ କଳ କାରଖାନା କାର୍ଯ୍ୟକଳାପରେ ବୃଦ୍ଧି ଘଟିଥିବାରୁ ରୁପା ଚାହିଦା ବଢ଼ିଛି। କାରଣ କାରଖାନାରେ ସର୍ବାଧିକ ରୁପାର ଉପଯୋଗ ହୋଇଥାଏ। ଫୋଟୋଭୋଲଟାଇକ୍ କ୍ଷେତ୍ରରେ ରୁପାର ବ୍ୟବହାର ବଢ଼ୁଥିବାରୁ ତାହାର ଚାହିଦା ବଢ଼ୁଛି ବୋଲି ଆନନ୍ଦ ରାଠି ସେୟାର୍ସ ଆଣ୍ଡ ଷ୍ଟକ୍ ବ୍ରୋକର୍ସର ନିର୍ଦ୍ଦେଶକ ନବୀନ ମାଥୁର କହିଛନ୍ତି।
ସୁନା, ସେନ୍ସେକ୍ସକୁ ପଛରେ ପକାଇଲା ରୁପା
/sambad/media/post_attachments/wp-content/uploads/2021/12/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)