ସୁନାଠୁ ଦାମିକା ଥିଲା ଲୁଣ!

ଘରେ ଘରେ ଉପଲବ୍‌ଧ ତଥା ଆମ ଭୋଜନର ଅପରିହାର୍ଯ୍ୟ ସାମଗ୍ରୀ ଲୁଣ ସମ୍ପର୍କରେ ସମସ୍ତେ ଅବଗତ। ସୋଡ଼ିଅମ୍‌ ଓ କ୍ଲୋରିନ୍‌ ପରି ଦୁଇଟି ମୌଳିକ ପଦାର୍ଥ ଦ୍ବାରା ସୃଷ୍ଟ ସୋଡ଼ିଅମ୍‌ କ୍ଳୋରାଇଡ୍‌ ନାମକ ଏହି ଯୌଗିକର ବ୍ୟବହାର କିନ୍ତୁ କେବେଠୁ ଆରମ୍ଭ ହେଲା ତାହା ରହସ୍ୟାବୃତ୍ତ ହୋଇ ରହିଛି। ମାନବ ସଭ୍ୟତାକୁ ଭୀଷଣ ଭାବରେ ପ୍ରଭାବିତ କରି ଆସିଥିବା ଏହି ଲୋକପ୍ରିୟ ସାମଗ୍ରୀଟି ଆମ ଅସ୍ଥିତ୍ବର ଅଂଶ ପାଲଟିଯାଇଛି। ତେବେ ଆଜକୁ ଖ୍ରୀଷ୍ଟପୂର୍ବ ୧୦ ହଜାରରୁ ଖ୍ରୀ.ପୂ. ୧୧ ହଜାର ମସିହା ବେଳକୁ ଅର୍ଥାତ୍‌ ପ୍ରସ୍ତର ଯୁଗର ଶେଷ ଭାଗ ଆଡ଼କୁ ଲୁଣର ଆବଶ୍ୟକତା ପ୍ରବଳ ରହିଥିଲା ବୋଲି ଜଣାଯାଏ। ତେବେ ଏହି ବିରଳ ପଦାର୍ଥଟି ସେତେବେଳେ ସହଜରେ ଉପଲବ୍‌ଧ ହୋଇପାରୁନଥିଲା। ସେହିପରି ତୃତୀୟ ଶତାବ୍ଦୀର ରୋମୀୟ ସାମ୍ରାଜ୍ୟ ବେଳେ ଏହି ଦୁର୍ମୂଲ୍ୟ ଲୁଣର ଚାହିଦା ଯଥେଷ୍ଟ ଅଧିକ ରହିଥିଲା।

ଏପରିକି ଏହାର ଦାମ୍‌ ସେତେବେଳେ ସୁନାଠାରୁ ବି ଅଧିକ ରହିଥିଲା। ଫଳରେ ଲୋକେ ସୁନା ବଦଳରେ ସମାନ ଓଜନର ଲୁଣ ଖରିଦ କରୁଥିଲେ। ସେଥିପାଇଁ ପାଖରେ ଲୁଣ ଥିବାରୁ ହିଁ ରୋମୀୟମାନେ ଉନ୍ନତ ମାନର ରାସ୍ତାଘାଟ କରିପାରିଥିଲେ। ଏପରିକି ରୋମୀୟ ସାମ୍ରାଜ୍ୟରେ କାର୍ଯ୍ୟରତ ସୈନିକମାନଙ୍କୁ ଦରମା ବା ସାଲାରି ଆକାରରେ ଏହି ଲୁଣକୁ ମଧ୍ୟ ଦିଆଯାଉଥିଲା। ସେହି ସାଲାରି ଶବ୍ଦରୁ ହିଁ ସଲ୍‌ଟ ଶବ୍ଦଟି ଉତ୍ପନ୍ନ ବୋଲି କେହି କେହି ଐତିହାସିକ ଯୁକ୍ତି ବାଢ଼ିଥା’ନ୍ତି।

ସମ୍ବନ୍ଧିତ ଖବର