କଲମ୍ବିୟାର ପ୍ରଶାନ୍ତ ମହାସାଗରୀୟ ବେଳାଭୂମି ନିକଟବର୍ତ୍ତୀ ବର୍ଷା ଜଙ୍ଗଲରେ ରହୁଥିବା ସୁବର୍ଣ୍ଣ ବେଙ୍ଗ(ଇ˚ରେଜୀରେ ଗୋଲ୍ଡେନ୍ ପଏଜନ୍ ଡାର୍ଟ୍ ଫ୍ରଗ୍) ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀ। ଆକାରରେ ଅତି କ୍ଷୁଦ୍ର ଏହି ବେଙ୍ଗ ଖୁବ୍ ମାରାତ୍ମକ। ଏହି ବେଙ୍ଗ ଲମ୍ବରେ ସର୍ବାଧିକ ଦୁଇ ଇଞ୍ଚ୍ ଯାଏ ବଢ଼ିଥାଏ। ଗୋଟିଏ ବେଙ୍ଗର ବିଷ ତିନି ମିନିଟ୍ରେ ଦଶ ଜଣ ବୟସ୍କ ମଣିଷଙ୍କ ପ୍ରାଣ ନେଇଯିବ। ଆଗ କାଳରେ ସ୍ଥାନୀୟ ଏମ୍ବର୍ ଜନଜାତିର ଲୋକେ ଏହି ବେଙ୍ଗର ବିଷକୁ ତୀରରେ ଲଗାଇ ଶତ୍ରୁଙ୍କ ଉପରେ ଆକ୍ରମଣ କରୁଥିଲେ। ହିଂସ୍ର ଜନ୍ତୁ ଶିକାରରେ ମଧ୍ୟ ଏହା ବ୍ୟବହାର କରୁଥିଲେ। ଏହି ବେଙ୍ଗ ଭୟ ପାଇଲେ, ତା’ ଚମରୁ ବିଷାକ୍ତ ରସ ନିର୍ଗତ ହୁଏ, ଯାହା ସ˚ସ୍ପର୍ଶରେ ଆସିଲେ ମୃତ୍ୟୁ ସୁନିଶ୍ଚିତ।
ମାରାତ୍ମକ ସୁବର୍ଣ୍ଣ ବେଙ୍ଗ, ଏହାର ବିଷ ତିନି ମିନିଟ୍ରେ ନେଇଯିବ ଦଶ ଜଣ ବୟସ୍କ ମଣିଷଙ୍କ ପ୍ରାଣ
/sambad/media/post_attachments/wp-content/uploads/2019/12/golden-poison-frog.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)