ରାସ୍ତା ଓ ବୁଦାରେ ପଡ଼ିଥିବା ସୁନାକୁ ନେବା ପାଇଁ ଗ୍ରାମବାସୀଙ୍କ ଭିତରେ ଟଣାଓଟରା

ନୂଆଦିଲ୍ଲୀ: ଆକାଶରୁ ସୁନା ବର୍ଷା କଥା କେବେ ଶୁଣିଛନ୍ତି। ଏଭଳି ଘଟଣା କୌଣସି କାହାଣୀରେ ଅନେକ ପଢ଼ିଥିବେ ନଚେତ ଟିଭିରେ ଦେଖିଥିବେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି।

ସୁରଟ ବିମାନବନ୍ଦର ନିକଟ ଡୁମ୍ମସ ଗ୍ରାମରେ ଗୁରୁବାର ରାତିରେ ସୁନାର ବିସ୍କୁଟ ଆକୃତିର କିଛି ସାମଗ୍ରୀ ଆକାଶରୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯେମିତି ହିଁ ଲୋକମାନେ ଆକାଶରୁ ସୁନା ଖସିବା ଖବର ପାଇଥିଲେ ବିଜୁଳି ବେଗରେ ଘଟଣାସ୍ଥଳକୁ ଦୌଡ଼ିବାକୁ ଯାଇଥିଲେ।

छोटे-बड़े साइज के थे ये बिस्किट
oneindia.com

ସୁରଟର ଗ୍ରାମବାସୀ ଆକାଶରୁ ଖସିଥିବା ସୁନା ବିସ୍କୁଟକୁ ରାସ୍ତା ଏବଂ ଗାଁର ବୁଦା ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। କେତେକ ଗ୍ରାମବାସୀଙ୍କ କହିବାନୁସାରେ, ବୋଧ ହୁଏ କେହି ବିଦେଶରୁ ସୁନା ନେଇ ଯାଉଥିବା ବେଳେ ବିମାନବନ୍ଦରରେ ସୁରକ୍ଷାକର୍ମଚାରୀଙ୍କ ହାତରେ ଧରା ପଡ଼ିଯିବା ଭୟରେ ରାତାରାତି ଉଡ଼ୁଥିବା ବିମାନରୁ ଏହାକୁ ତଳକୁ ପକାଇ ଦେଇଥିବେ।

जिसे मिली वो चुपचाप निकला
oneindia.com

ପ୍ରକାଶିତ ଖବର ମୁତାବକ, ସୁନା ମିଳିବା ପରେ ଦୂର ଦୂରାନ୍ତରୁ ଲୋକମାନେ ଆସି ଘଟଣାସ୍ଥଳରେ ଭିଡ଼ ଜମାଇ ଦେଇଥିଲେ। ଅନ୍ଧାର ସମୟରେ ବୁଦା ଭିତରୁ ସୁନା ପାଇବା ପାଇଁ ଅନେକ ଲୋକ ଟର୍ଚ୍ଚ ବି ସାଥୀରେ ନେଇ ଆସିଥିଲେ।

ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା କି ଲୋକମାନଙ୍କ ହାତରେ ଲାଗିଥିବା ସାମଗ୍ରୀ ସୁନା ନା ଆଉ କିଛି। ତେବେ ଗ୍ରାମବାସୀ ରାସ୍ତା ଓ ବୁଦା ଭିତରୁ ପାଇଥିବା ସାମଗ୍ରୀକୁ ସୁନା ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର