ଉତ୍ତମ ବନ୍ଧୁ କିଭଳି ହେବା ଉଚିତ ?

ମହାଭାରତର ଏକ ପ୍ରମୁଖ ଚରିତ୍ର ହେଲେ ବିଦୁର । ତାଙ୍କ ଅନୁଯାୟୀ ଆସନ୍ତୁ ଜାଣିବା ଜଣେ ଉତ୍ତମ ବନ୍ଧୁ କିଭଳି ହେବା ଉଚିତ ।
ବନ୍ଧୁତା କେବଳ ଏକ ଶଦ୍ଦ ନୁହେଁ, ଏହା ଏଭଳି ଏକ ସଂପର୍କ ଯାହା ରକ୍ତ ସଂପର୍କଠୁ ବି ଅଧିକ ପ୍ରଖର ଓ ମଜଭୁତ । ସେ ହେଉଛନ୍ତି ପ୍ରକୃତ ବନ୍ଧୁ ଯିଏ ଆପଣଙ୍କୁ ନିମ୍ନ କାର୍ଯ୍ୟରେ ସହାୟକ ହେଉଥିବ ।

ଯିଏ ଆପଣଙ୍କର ବଦ୍‌ଗୁଣ ସଂପର୍କରେ ସଚେତନ କରାଉଥିବ: କେତେକ ଲୋକ ନିଜକୁ ଆପଣଙ୍କର ବନ୍ଧୁ ବୋଲି ସମାଜ ଆଗରେ କହୁଥିବେ, ଅନ୍ୟମାନଙ୍କ ଆଗରେ ଆପଣଙ୍କର ପ୍ରଶଂସା କରୁଥିବେ, ମାତ୍ର ଆପଣଙ୍କୁ ଆପଣଙ୍କର ବଦଗୁଣ ସଂପର୍କରେ କିଛି କହୁ ନ ଥିବେ କି ସେ ବିଷୟରେ ସଚେତନ କରାଉ ନଥିବେ । ଏଭଳି ବ୍ୟକ୍ତି ପ୍ରକୃତ ବନ୍ଧୁ ନୁହଁନ୍ତି ବୋଲି ବିଦୁର କହିଛନ୍ତି ।

ଗୁଣର ପ୍ରଶଂସା କରୁଥିବେ: ଯେଉଁ ବ୍ୟକ୍ତି ଆପଣଙ୍କର ଭଲ ଗୁଣର ପ୍ରଶଂସା ଅନ୍ୟମାନଙ୍କ ଆଗରେ କରୁଥିିବେ, ଜାଣିବେ ସେ ଜଣେ ହିତାକାଂଙ୍‌କ୍ଷୀ ।

photo- times now

ଧର୍ମ-କର୍ମରେ ସାଙ୍ଗ ହେଉଥିବେ: ଯେଉଁ ଲୋକ ଧର୍ମ କାର୍ଯ୍ୟରେ ଆପଣଙ୍କର ସାଥ୍‌ ଦେଉଥିବେ, ସେ ଉତ୍ତମ ସାଙ୍ଗ ଅଟନ୍ତିି । ଏଣୁ ଏଭଳି ଲୋକ ସହିତ ସଂପର୍କ ବନ୍ଧୁତା ଶ୍ରେଣୀଭୁକ୍ତ ହେବ। ଏହି ସାଙ୍ଗ ସହିତ ବନ୍ଧୁତା କରିବା ଉଚିତ୍‌ । ଠିକ୍‌ ସେହିପରି ଯେଉଁ ସାଙ୍ଗ ଆପଣଙ୍କ ପରିବାରର ମାନ ସମ୍ମାନର ଧ୍ୟାନ ଦେଉଥିବ ସେ ବି ଭଲ ବନ୍ଧୁ।

ସମ୍ବନ୍ଧିତ ଖବର