ନୂଆଦିଲ୍ଲୀ: ଶୌଚାଳୟ ସଫା କରିବ ଓ ସଫେଇ ପରେ ଖୋଦ ସାନିଟାଇଜ ହୋଇଯିବ | ଏଭଳି ଏକ ଅତ୍ୟାଧୁନିକ ଟଏଲେଟ ସଫେଇ ବ୍ରଶ ଏବେ ବଜାରକୁ ଆସିଛି | ଏହାର ନାମ 'ଗୁଡପାପା' ଥିବାବେଳେ ଏହା ହେଉଛି ଏକ ସ୍ୱ-ସାନିଟାଇଜିଂ ଟଏଲେଟ୍ ବ୍ରଶ୍ | ଏହି ବ୍ରଶ୍ ଅତି ବାଇଗଣୀ ରଶ୍ମି ମାଧ୍ୟମରେ ନିଜକୁ ପରିଷ୍କାର କରେ |
ଶୌଚାଳୟ ସଫା କରିବା ପରେ ଏହି ବ୍ରଶ୍ ୧୨୦ ସେକେଣ୍ଡରେ ନିଜକୁ ପରିଷ୍କାର କରେ | କମ୍ପାନୀ ଦାବି କରିଛି ଯେ ୯୯.୯% ପର୍ଯ୍ୟନ୍ତ ଜୀବାଣୁ ଏହି ସାଟିନାଇଜିଂ ଦ୍ୱାରା ମରିଥାନ୍ତି।ବିଶେଷ କଥା ହେଉଛି ଏହି ବ୍ରଶର ବ୍ୟାଟେରୀ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ | ଆପଣ ଏହାକୁ ଚାର୍ଜ କରି ବ୍ୟବହାର କରିପାରିବେ |
Goodpapa uses a dc motor that spins at 300 revolutions per minute, the rotary brush head can make more foam!The cleaning effect will be more obvious combined with toilet cleaner.☺ #goodpapa#toilet#cleaner#household#uv#disinfection#silicone#bristle#cleaning#toiletbrushpic.twitter.com/U3LpXaCGcL
— Goodpapaofficial (@Goodpapaoffici1) June 3, 2020
ଥରେ ଚାର୍ଜିଂ କଲେ ତିନି ମାସ ପର୍ଯ୍ୟନ୍ତ ଏହା ବ୍ୟାକଅପ୍ ଦେଉଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି | ଏଥିରେ ୨୦୦୦ଏମଏଏଚର ବ୍ୟାଟେରୀ ଥିବାବେଳେ କେବଳ ଅନଲାଇନ ମାଧ୍ୟମରେ ହିଁ ଏହାକୁ କିଣାଯାଇପାରିବ |