ନୂଆଦିଳ୍ଲୀ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ କିଏ ବା ନଜାଣେ। ଏକ ସାଧାରଣ ପରିବାରରୁ ଜନ୍ମ ହୋଇ ସେ ଯେଉଁଭଳି ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ। ଆଜି ତାଙ୍କ ଜନ୍ମଦିନ। ୧୯୭୨ ମସିହା ଜୁନ୍ ୧୦ ତରିଖରେ ଜନ୍ମ ଲାଭ କରିଥିଲେ ସେ। ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି ପିଚାଇ।
ପିଚାଇ ସୁନ୍ଦର ରାଜନଙ୍କୁ ପୂରା ବିଶ୍ୱ ସୁନ୍ଦର ପିଚାଇ ନାମରେ ଜଣେ। ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲ୍ର ସିଇଓ ଭାବେ ଭାରତର ଟେକ ରଖିଥିବା ସୁନ୍ଦର ନିଜ ସଫଳତା ସଂପର୍କରେ କିମ୍ବା ନିଜ ସଂଘର୍ଷ ସଂପର୍କରେ ତ ବିଶେଷ କିଛି କୁହନ୍ତି ନାହିଁ, ମାତ୍ର ସେ ଯେଉଁ କଥା ସବୁ କୁହନ୍ତି ତାହା କାହାକୁ ବି ସଫଳ କରାଇପାରେ। ତେବେ ଚାଲନ୍ତୁ ଜାଣିବା କ’ଣ କହନ୍ତି ଏହି ସଫଳ ଚରିତ୍ର।
: ଯେଉଁ ଲୋକ ତୁମକୁ ତୁମର ଦୁର୍ଗୁଣ କହି ଭୟଭୀତ କରାଇବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ପାଖରେ ରଖି, ସେମାନଙ୍କ ସହ କାର୍ଯ୍ୟ କରିବା ନିଜ ପାଇଁ ଭଲ ହୋଇଥାଏ।
: ବର୍ତ୍ତମାନ ପରିସ୍ଥିତରେ ଯଦି ନିଜର ସ୍ଥିତି ଅସୁରକ୍ଷିତ, ଅର୍ଥାତ ଆପଣ ଯଦି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ତେବେ ଆପଣଙ୍କ ଭବିଷ୍ୟତ ପାଇଁ ତାହା ଭଲ।
: ନିଜର ବିଫଳତାକୁ ସମ୍ମାନର ବ୍ୟାଚ୍ ଭାବେ ପିନ୍ଧିବା ଶିଖ। ବିଫଳତା ପାଇଁ ଲଜ୍ଜିତ ହୁଅ ନାହିଁ କିମ୍ବା ସଫଳତା ପାଇ ସନ୍ତୁଷ୍ଟ ବି ହୁଅ ନାହିଁ।
: କାହାବି କଥାରେ କେବେ ପ୍ରତିକ୍ରିୟାଶିଳତା ପ୍ରକାଶ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳରେ ଉତ୍ତର ରଖନ୍ତୁ।
: ଜଣେ ନେତାର କାମ କେବଳ ନିଜର ନୁହେଁ ଅନ୍ୟର ସଫଳତା ଉପରେ ବି ଦୃଷ୍ଟି ରଖିବାକୁ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/google-ceo-1459333570.jpg)