ଗୁଗୁଲ ମ୍ୟାପ ଜରିଆରେ ଚାରିମାସ ପରେ ପୁଅକୁ ପାଇଲେ ପିତା

ନୂଆଦିଲ୍ଲୀ: ପୁଲିସ ଦିଲ୍ଲୀରେ ଚାରିମାସ ପୂର୍ବରୁ ନିଖୋଜ ଥିବା ୧୨ବର୍ଷୀୟ ପୁଅକୁ  ଗୁଗୁଲ ମ୍ୟାପ ଜରିଆରେ ତାର ପିତା ସହିତ ଭେଟ କରାଇ ପାରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାଳକ ମାର୍ଚ୍ଚ ୨୧ରେ ଦିଲ୍ଲୀ କୀର୍ତ୍ତି ନଗର ଅଞ୍ଚଳରୁ ଇ-ରିକ୍ସାରେ ବସିଥିଲା। ଶିଶୁ ଯେତେବବେଳେ ମେଟ୍ରୋ ଷ୍ଟେସନ୍‌ରେ ଇ-ରିକ୍ସାରୁ ଓହ୍ଲାଇ ନଥିଲା ଚାଳକ ତାକୁ କେଉଁ ଆଡେ ଯିବ ବୋଲି ପଚାରିଥିଲେ । କିନ୍ତୁ ସେ କିଛି ଉତ୍ତର ଦେଇ ନଥିଲା। ଏହା ପରେ ସେ ସେହି ରାତି ୮ଟା ବାଜି ୩୩ ମିନିଟ୍‌ରେ କୀର୍ତ୍ତି ନଗର ପୁଲିସ ଥାନାକୁ ନେଇ ଆସିଥିଲେ। ପ୍ରାରମ୍ଭିକ ଯାଞ୍ଚରେ ବାଳକ କେବଳ ତାର ପିତା ନାମ ଜୀତନ ଓ ଖୁର୍ଜା ଗ୍ରାମର ବୋଲି କହିଥିଲା।

ଏହା ପରେ ପୁଲିସ ଦିଲ୍ଲୀର ଖଜୁରୀ ଖାସ୍‌ ଓ ଖୁରେଜି ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲା ଯାହାକି ଖୁର୍ଜା ନାମ ସହିତ ମେଳି ଖାଉଥିଲା। କିନ୍ତୁ ଏଠାରେ କୌଣସି ନିଖୋଜ ମାମଲା ରୁଜୁ ହୋଇ ନଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ମାନସିକସ୍ତରରେ ଦୁର୍ବଳ ଥିବା ବାଳକକୁ ପାଖ ଜେଜେ କଲୋନିକୁ ନେଇ ଯାଇଥିଲା, କିନ୍ତୁ କେହି ବି ତାଙ୍କୁ ସେଠାରେ ଚିହ୍ନି ପାରି ନଥିଲେ।
ଏହାପରେ ପୁଲିସର ଏକ ଟିମ୍‌ ବାଳକକୁ ଚାରି ଥର ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାର ଖୁର୍ଜା ଗ୍ରାମ ନେଇ ଯାଇଥିଲେ। କିନ୍ତୁ ସେଠାରେ ତାର ପରିବାର ବିଷୟରେ କୌଣସି ସନ୍ଧାନ ମିଳି ନଥିଲା। ଏହାପରେ ପୁଲିସ ଟିମ୍‌ ୩୧ ଜୁଲାଇ ପୁଣି ବାଳକକୁ ଖୁର୍ଜା ନେଇ ସେଠାକାର ଆଖପାଖ ଅଞ୍ଚଳର ନାମ ପଚାରିଥିଲା। ବାଳକ ତାର ମାଙ୍କ ଗ୍ରାମ ସୋନବରସା କହିବା ସହିତ ଓ ତାର ଆଖପାଖ ଅଞ୍ଚଳର ନାମ କହିଥିଲା।

ଏହାପରେ ପୁଲିସ ଗୁଗୁଲ ମ୍ୟାପ ଜରିଆରେ ଉତ୍ତରପଦେଶର ସିଦ୍ଧାର୍ଥନଗର ଜିଲ୍ଲାର ମାକାପର, ସୋନବରସା ଓ ଖୁର୍ଜା ନାମ ଗ୍ରାମ ଥିବା ଜାଣିବାକୁ ପାଇଥିଲା। ଖୋଜାଖୋଜି ପରେ ବାଳକକୁ ତାର ପିତା ସହିତ ଭେଟ କରାଇଥିଲା।

ସମ୍ବନ୍ଧିତ ଖବର