ନୂଆଦିଲ୍ଲୀ: ବର୍ଷ ୨୦୨୩ ଶେଷ ହେବାକୁ ଆଉ କିଛିଦିନ ବାକି ଅଛି। ଏହି ବର୍ଷ ଭାରତ ପାଇଁ ସ୍ବତନ୍ତ୍ର ରହିଥିଲା। ତେବେ ଗୁଗୁଲ ପକ୍ଷରୁ ନିକଟରେ ଏକ ରିପୋର୍ଟ ସେୟାର କରାଯାଇଛି। ଏହି ରିପୋର୍ଟରେ ଭାରତର ଲୋକ ଚଳିତ ବର୍ଷ କ’ଣ କ’ଣ ଅଧିକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ତାହା ଉଲ୍ଲେଖ ରହିଛି।
ଏହି କ୍ରମରେ ଲୋକେ ଚନ୍ଦ୍ରଯାନ-୩ ବିଷୟରେ ଗୁଗୁଲରେ ଅଧିକ ସର୍ଚ୍ଚ କରିଥିବା ବେଳେ ‘ହ୍ବାଟ୍ ଇଜ ଜି-୨୦’ ବି ଖୋଜିଥିଲେ। ସେହିପରି ଚଳିତବର୍ଷ ଲୋକେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଇସ୍ରାଏଲ-ହମାସ୍ ଯୁଦ୍ଧ ଖବର, ସତୀଶ କୌଶିକ, ବଜେଟ-୨୦୨୩, ତୁର୍କୀ ଭୂମିକମ୍ପ, ଅତିକ ମହମ୍ମଦ, ମଣିପୁର ହିଂସା ଖବର ସହିତ ଓଡ଼ିଶାର ଟ୍ରେନ ଦୁର୍ଘଟଣାକୁ ଗୁଗୁଲରେ ଅଧିକ ମାତ୍ରାରେ ସର୍ଚ୍ଚ କରି ଦେଖିଥିଲେ।
ଏତଦ ବ୍ୟତୀତ ଲୋକେ ଚଳିତ ବର୍ଷ ହ୍ବାଟ୍ ଇଜ ଜି ୨୦, ହ୍ବାଟ୍ ଇଜ ୟୁସିସି, ହ୍ବାଟ୍ ଇଜ ଚାଟ ଜିପିଟି, ହ୍ବାଟ୍ ଇଜ ହାମାସ, ହ୍ବାଟ୍ ଇଜ ୨୦୨୩ ସେପ୍ଟେମ୍ବର ୨୮, ହ୍ବାଟ୍ ଇଜ ଚନ୍ଦ୍ରଯାନ-୩, ହ୍ବାଟ୍ ଇଜ ସେନଗୋଲ ଆଦି ବିଷୟରେ ଜାଣିବା ପାଇଁ ଲୋକେ ଗୁଗୁଲରେ ଅଧିକ ମାତ୍ରାରେ ସର୍ଚ୍ଚ କରିଥିଲେ। ଏହି ରିପୋର୍ଟ ନିକଟରେ ଗୁଗୁଲ ପକ୍ଷରୁ ପ୍ରକାଶ ପାଇଛି।