‘ଜବ୍‌ସ ନିଅର୍‌ ମି’କୁ ସର୍ଚ୍ଚ କରିଛନ୍ତି ସବୁଠାରୁ ଅଧିକ ଭାରତୀୟ

ଭାରତୀୟମାନେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରିଛନ୍ତି ‘ଜବ୍‌ସ ନିଅର୍‌ ମି’। ଗତ ସାଢେ ଚାରି ବର୍ଷ ଭିତରେ ଏହାକୁ ସର୍ବାଧିକ ସର୍ଚ୍ଚ କରାଯାଇଛି। ଗୁଗୁଲ ଇୟର ଇନ୍‌ ସର୍ଚ୍ଚର ଫଳାଫଳ ଅନୁଯାୟୀ ୨୦୧୮ରେ ଟପ୍‌ ଟେନ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ ‘ନିୟର ମି’ ଶ୍ରେଣୀରେ ହୋଇଥିବା ଜଣାଯାଇଛି।
୨୦୦୪ ଜାନୁଆରି ରୁ ୨୦୧୮ ଡିସେମ୍ବର ମଧ୍ୟରେ ଏହି ଗ୍ରାଫ୍‌ ବଢିଥିଲା,ମାତ୍ର ୨୦୧୪ ପରେ ଲୋକେ ସବୁଠାରୁ ଅଧିକ ସଂଖ୍ୟାରେ ‘ଜବ୍‌ସ ନିଅର ମି’ ଖୋଜିବାରେ ଲାଗିଥିଲେ। ମିଳିଥିବା ସୂଚନା ଅନୁଯାୟୀ ସହର ଓ ଶିଳ୍ପସଂସ୍ଥାମାନଙ୍କ ସଂପର୍କରେ ଅଧିକ ସର୍ଚ କରାଯାଇଥିଲା। ଭାରତର ସିକନ୍ଦରାବାଦ,ନବି ମୁମ୍ବାଇ,ଥାନେ,ଫରିଦାବାଦ୍‌,ଗାଜିଆବାଦ,ବିଶାଖାପାଟନମ୍‌,ବେଙ୍ଗଲୁରୁ,ହାଇଦ୍ରାବାଦ ଓ ଗୁରୁଗ୍ରାମରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଜଣାଯାଇଛି।

ମୋବାଇଲ ଷ୍ଟୋର୍‌ ନିଅର୍‌ ମି,ସୁପର ମାର୍କେଟ ନିଅର୍‌ ମି,ଗ୍ୟାସ ଷ୍ଟେସନ୍‌ ନିଅର ମି’ ଆଦିର ସର୍ଚ ମଧ୍ୟ ହୋଇଛି ଏଥିରେ। ୨୦୧୮ ଏପ୍ରିଲରେ ଗୁଗଲ ଚାକିରି ଖୋଜିବା ପାଇର୍ ଜବ୍‌ ସର୍ଚ୍ଚ ଟୁଲ୍‌ ଲଞ୍ଚ କରିଥିଲେ। ଏହାପରେ ‘ନିଅର ମି’ ଶ୍ରେଣୀରେ ଥିବ। ଏହାକୁ ସବୁଠାରୁ ଅଧିକ ଲୋକ ଉପଯୋଗ କରିଥିଲେ।

ସମ୍ବନ୍ଧିତ ଖବର