ଗୁଗଲ୍ ତା’ର ତ୍ରୈମାସିକ ଆଣ୍ଡ୍ରଏଡ୍ ଏକ୍ସେଲେନ୍ସ୍ ଆପ୍ସ୍ ଲିଷ୍ଟ୍ରେ ୧୦ଟି ଆପ୍ ପ୍ରକାଶ କରିଛି, ଯାହା ଗୁଗଲ୍ ପ୍ଲେ ଷ୍ଟୋର୍ରେ ଉବଲବ୍ଧ। ଏହି ଆପ୍ଗୁଡ଼ିକର ନିଜସ୍ୱ କ୍ୱାଲିଟି ଯୋଗୁଁ ଏମାନେ ଏହି ଲିଷ୍ଟ୍ରେ ସ୍ଥାନ ପାଇଛନ୍ତି। ଏହି ଆପ୍ଗୁଡ଼ିକରୁ ଆପଣ ନୂଆ ଭାଷା, ବ୍ୟାବସାୟିକ ନେଣଦେଣ, ଅର୍ଥନୈତିକ କାରବାର ଓ ଅନେକ କିଛି ନୂଆ ଜିନିଷ ସହଜରେ ଜାଣି ପାରିବେ ଓ କରି ପାରିବେ।
ବିଲିଙ୍ଗୁ ଆପ୍: ଭାଷା ଶିଖିବା ଆପ୍
ଏହା ଏକ ଫ୍ରି’ ଆପ୍ ଯାହା ମାଧ୍ୟମରେ ଆପଣ ସ୍ପାନିସ୍, ଇଂରାଜି, ଜର୍ମାନ୍, କୋରିଆନ୍, ଫ୍ରେଞ୍ଚ୍, ହିନ୍ଦୀ, ଆରବିକ୍, ଜାପାନୀ ଆଦି ଅନେକ ଭାଷା ଶିଖି ପାରିବେ। ଏଥିରେ ଅଡିଓ ସହ ଟେକ୍ସ୍ଟ ରହିଛି ଯାହା ମାଧ୍ୟମରେ ଠିକ୍ ଉଚ୍ଚାରଣ ମଧ୍ୟ କରିପାରିବେ।
ବିଟିଫିଟ୍: ଓ୍ଵାର୍କ୍ଆଉଟ୍ ଓ ପର୍ସନାଲ୍ ଟ୍ରେନର୍ ଆପ୍
ଏହି ଆପ୍ ଦ୍ୱାରା ଆପଣ ଓଜନ କମାଇବା ପାଇଁ ଠିକ୍ ରାସ୍ତା ପାଇବା ସହ ବ୍ୟାୟାମ କରିବାର ଉଚିତ ଶୈଳୀ ଜାଣି ପାରିବେ।
ଫର୍ଚ୍ୟୁନ୍ ସିଟି: ସିମୁଲେସନ୍ ଗେମ୍ ଖେଳିଲା ବେଳେ ଆପଣଙ୍କ ଖର୍ଚ୍ଚ ହିସାବ କରିପାରିବେ
ଫର୍ଚ୍ୟୁନ୍ ସିଟି ଆପ୍ ହେଉଛି ବୁକ୍କିପିଙ୍ଗ୍ ଆପ୍ ଯାହା ସିଟି ସିମୁଲେସନ୍ (ସହର ତିଆରି କରିବା) ଗେମ୍ ଅଟେ। ଏଥିରେ ଆପଣ ନିଜ ଖର୍ଚ୍ଚର ହିସାବ ରଖିପାରିବେ ଓ ସୁନ୍ଦର ସହର ତିଆରି କରିପାରିବେ।
ଲିଙ୍ଗୋ ଡିଅର୍: ଅଫ୍ଲାଇନ୍ ଥିବା ସମୟରେ ଭାଷା ଶିଖି ପାରିବେ
ଏହା ଏକ ଫ୍ରି’ ଆପ୍ ଯାହା ମାଧ୍ୟମରେ ଆପଣ ଇଣ୍ଟର୍ନେଟ୍ ନ ଥିବା ସମୟରେ ମଧ୍ୟ ଅନେକ ଭାଷା ଯେମିତି କି – ଜାପାନୀ, କୋରୀୟ, ଭିଏତ୍ନାମୀ ଓ ଚାଇନିଜ୍ (ମଣ୍ଡାରିନ୍) ଆଦି ଶିଖି ପାରିବେ।
ମେମ୍ରିଜ୍: ଭାଷା, ବାକ୍ୟ, ଗ୍ରାମାର୍ ଓ ଶବ୍ଦ ଶିଖି ପାରିବେ
ଏହା ମଧ୍ୟ ଏକ ଫ୍ରି’ ଆପ୍, ଯାହା କେବଳ ଭାଷା ନୁହେଁ ବରଂ ଆପଣଙ୍କ ବ୍ୟାକରଣ ଶୁଧାରିବା ସହ ଆପଣଙ୍କ ଶବ୍ଦ ସାମର୍ଥ୍ୟ ବଢ଼ାଇଥାଏ।
ପିକ୍ସ୍ ଆର୍ଟ୍: ସହଜରେ ଫଟୋ ଏଡିଟ୍ କରି ପାରିବେ
ପିକ୍ସ୍ ଆର୍ଟ୍ ଆପ୍ ହେଉଛି ଏକ ମାଗଣା ଆପ୍। ଏଥିରେ ଆପଣ ଫଟୋକୁ କୋଲାଜ୍ କରିବା ସହ ଏଡିଟ୍ କରି ପାରିବେ। ଏଥିରେ ଅନେକ ଷ୍ଟିକର୍, ଇଫେକ୍ଟ୍, ଫିଲ୍ଟର୍ ଓ ଅନେକ ଏଡିଟ୍ ଟୁଲ୍ସ୍ ରହିଛି।
ପକେଟ୍ କାଷ୍ଟ୍: ପୋଡ୍କାଷ୍ଟ୍ପ୍ରେମୀଙ୍କ ପାଇଁ
ପକେଟ୍ କାଷ୍ଟ୍ ହେଉଛି ଏକ ପ୍ରସିଦ୍ଧ ପୋଡ୍କାଷ୍ଟ୍ (ଡିଜିଟାଲ୍ ଅଡିଓ) ଆପ୍। ଏଥିରେ ଆପଣ ଅନେକ ପୋଡ୍କାଷ୍ଟ୍ ଚ୍ୟାନେଲ୍ ପାଇ ପାରିବେ ଯାହାକୁ ସବ୍ସକ୍ରାଇବ୍ ଓ ଡାଓନ୍ଲୋଡ୍ କରିବା ସହ ଅଫ୍ଲାଇନ୍ରେ ଶୁଣି ପାରିବେ।
ସେୟର୍ ଦ ମିଲ୍: ଚାରିଟି ଆପ୍
ଏହା ଓ୍ଵାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ର ଏକ ଫ୍ରି’ ଚାରିଟି ଆପ୍ ଅଟେ। ଏହା ଜରିଆରେ ଯେଉଁ ଛୁଆମାନେ ଖାଇବାକୁ ପାଉ ନାହାନ୍ତି ଆପଣ ତାଙ୍କୁ ଖୁଆଇ ପାରିବେ। ଆପଣଙ୍କୁ ବହୁତ ଅଳ୍ପ ପଇସା ପୈଠ କରିବା ପାଇଁ ପଡ଼ିବ ଛୁଆଙ୍କୁ ଖୁଆଇବା ପାଇଁ।
ଦ ମାଇଣ୍ଡ୍ଫୁଲ୍ନେସ୍ ଆପ୍: ଶାନ୍ତ ରହିବା ଧ୍ୟାନ କେନ୍ଦ୍ରିତ କରିବାରେ ସହାଯ୍ୟ କରେ
ଏହି ଆପ୍ ଆପଣଙ୍କୁ ପ୍ରତିଦିନର କାର୍ଯ୍ୟକୁ ଠିକ୍ ସମୟରେ ଓ ଉଚିତ ଭାବେ କରିବାର ଶୈଳୀ ପ୍ରଦାନ କରିବା ସହ ଧ୍ୟାନ ଦେବାରେ ସାହାଯ୍ୟ କରେ। ଏଥିରେ ବେଲ୍ସ ଓ ପ୍ରାକୃତିକ ଶବ୍ଦ ରହିଛି, ଯାହା ଆପଣଙ୍କୁ ଆହୁରି କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥାଏ।
ଟ୍ରେଲ୍ଲୋ: ଆପଣଙ୍କ କାର୍ଯ୍ୟକୁ ସହଜ କରେ
ଟ୍ରେଲ୍ଲୋ ଆପଣଙ୍କ ପ୍ରତିଦିନ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରେ ଓ ସମସ୍ତ କାର୍ଯ୍ୟର ଲିଷ୍ଟ୍ ମଧ୍ୟ ତିଆରି କରେ ଯେମିତି କି, ସ୍କ୍ରିନ୍ପ୍ଲେ, ଗ୍ରସରି ସାମଗ୍ରୀ ଲିଷ୍ଟ୍ ଓ ଅନେକ କିଛି। ଉପଭୋକ୍ତା ଏଥିରେ କାର୍ଯ୍ୟକୁ ବ୍ୟବସ୍ଥିତ ଓ ଉଚିତ ଶୈଳୀରେ କରିବା ପାଇଁ ବୋର୍ଡ ତିଆରି କରି ପାରିବେ।