ପ୍ରଥମେ ପ୍ରବାସୀ ଶ୍ରମିକଙ୍କଠାରୁ ଦୁର୍ବୃତ୍ତ ଲୁଟି ନେଲେ ୨୦୦୦ଟଙ୍କା, ପରେ ‘ସରି’ କହି ୧୨୦୦ଟଙ୍କା ଫେରାଇ କହିଲେ ଏଭଳି କଥା…

ରାମଗଢ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଛାପରାରୁ ଲୋହରଦଗା ଯାଉଥିବା ଚାରିଜଣ ପ୍ରବାସୀ ଶ୍ରମିକ ରାସ୍ତାରେ ଲୁଟର ଶିକାର ହୋଇଥିଲେ। କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଲୁଟେରି ଲୁଟ କରିଥିବା ୨୦୦୦ଟଙ୍କାରୁ ୧୨୦୦ଟଙ୍କା ଫେରାଇ କ୍ଷମାପ୍ରାର୍ଥନା କରିଥିଲେ। ଏଥିସହିତ ଏଭଳି ଲକ୍‌ଡାଉନ୍‌ ସମୟରେ ସେମାନଙ୍କୁ ବି ଚଳିବାକୁ ବହୁତ ଅସୁବିଧା ହେଉଛି, ତେଣୁ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଲୁଟେରାମାନେ ଲୁଟ କରିଥିବା ପ୍ରବାସୀ ଶ୍ରମିକଙ୍କୁ କହିଥିଲେ।

Dangerous dilution of labour rights underway in UP, MP and Gujarat ...
Sabrangindia

ଏହି ଘଟଣାଟି ରାମଗଢ଼ ଜିଲ୍ଲା କୁଜୁ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଲୋହରଦଗାର ନିବାସୀ ଷ୍ଟିଫନ୍‌ ମୃର୍ମୁ, ଜେଭିୟର ସଞ୍ଜୟ ସାଓ ଓ ଆଲୋକ ଚୌରସିଅରଙ୍କ କହିବାନୁସାରେ, ସେମାନେ ସମସ୍ତେ ଛପରାରେ ରେଳବାଇର ତାର ଟାଣିବା କାମ କରିଥାଆନ୍ତି। ଲକ୍‌ଡାଉନ୍‌ ହେତୁ ଏହି କାମ ବନ୍ଦ ରହିଥିଲା। କାମ ବନ୍ଦ ହେବା ସହ ପାଖରେ ଥିବା ସଞ୍ଚିତ ଅର୍ଥ ଧୀରେଧୀରେ ଶେଷ ହେବାକୁ ଆସିବା ପରେ ଛପରାରୁ ଲୋହରଦଗା ନିଜ ଘରକୁ ଫେରିବା ପାଇଁ ସେମାନେ ସ୍ଥିର କରିଥିଲେ। ସାଇକେଲରେ ୪ଜଣ ଘରକୁ ଫେରୁଥିବା ବେଳେ ଏକ ବାଇକ୍‌ରେ ତିନିଜଣ ଆସି ସେମାନଙ୍କୁ ମାଡ ମାରିବା ସହିତ ଟଙ୍କା ମାଗିଥିଲେ।

Migrant Workers Block Section of Highway Near Maha-MP Border ...
News18.com

ଭୟରେ ୪ଜଣ ସେମାନଙ୍କ ପାଖରେ ଥିବା ୨୦୦୦ଟଙ୍କା ଲୁଟେରାଙ୍କୁ ଦେଇ ଦେଇଥିଲେ। କିନ୍ତୁ ଲୁଟେରା ୨୦୦୦ଟଙ୍କାରୁ ୮୦୦୦ଟଙ୍କା ରଖି ବାକି ୧୨୦୦ଟଙ୍କା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଦେଇଥିଲେ। ଏବଂ  କ୍ଷମା ମାଗିବା ସହିତ ଲକ୍‌ଡାଉନ୍‌ ସମୟରେ ଚଳିବାକୁ ଅସୁବିଧା ହେଉଥିବାରୁ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହି ବାଇକ୍‌ ଷ୍ଟାର୍ଟ କରି ଲୁଟେରା ସେଠାରୁ ଚାଲି ଯାଇଥିଲେ।

ଏହି ଘଟଣା ନେଇ ଥାନାରେ ପ୍ରବାସୀ ଶ୍ରମିକ କୌଣସି ଅଭିଯୋଗ କରି ନଥିବା କୁଜୁ ଥାନା ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର