ମେଡ୍‌ ଫର୍‌ ଇଚ୍‌ ଅଦର ! ବରର ଉଚ୍ଚତା ୩୪ ଇଞ୍ଚ ଏବଂ  କନ୍ୟାର ୩୩ ଇଞ୍ଚ !

ଗୋରଖ୍‌ପୁର : ସୋମବାର ଗୋରଖ୍‌ପୁରରେ ଏକ ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇ ଯାଇଛି । ଯାହା ଇଂରାଜୀର ଲୋକପ୍ରିୟ କଥନିକା ‘ମେଡ୍‌ ଫର୍‌ ଇଚ୍‌ ଅଦର’କୁ ମନେପକାଇ ଦେଇଛି। ଅର୍ଥାତ୍‌ ବର ଓ କନ୍ୟା ପରସ୍ପର ଲାଗି ଜନ୍ମିତ। ଏହି ବିବାହଟି ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଉଛନ୍ତି ଉଭୟ ବର ଏବଂ କନ୍ୟା । ବର ଏବଂ କନ୍ୟାଙ୍କ ଉଚ୍ଚତାକୁ ଦେଖି ଦେଖଣାହାରୀ ଅଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆସନ୍ତୁ ଜାଣିବା କାହିଁକି ଏହି ଦମ୍ପତ୍ତିଙ୍କ ଉଚ୍ଚତା ଏମିତି କୌତୁହଳ ସୃଷ୍ଟି କରିଥିଲା।

oneindia.com

ସୂଚନା ମୁତାବକ, ବର ଜଣେ ଡ଼ାକ୍ତର ଏବଂ ତାଙ୍କ ନାଁ ସୁନୀଲ କୁମାର ପାଠକ। ୬ ଭାଇ ମଧ୍ୟରେ ସୁନୀଲ ତୃତୀୟ ହୋଇ ଥିବା ବେଳେ କମ ଉଚ୍ଚତା ହେତୁ ସେ କେବେ ବିବାହ କରି ପାରିବେ ବୋଲି ଆଶା ଛାଡ଼ି ଦେଇଥିଲେ । ହଠାତ୍‌ ଦିନେ ତାଙ୍କ ପାଇଁ  ଏକ ପ୍ରସ୍ତାବ ଆସିଲା ।  ଝିଅର ଉଚ୍ଚତା ମଧ୍ୟ ତାଙ୍କ ଭଳି ବୋଲି ଜଣା ପଡ଼ିଥିଲା । ଏହି ପ୍ରସ୍ତାବ ଆସିବା ପରେ ସୁନୀଲ ତୁରନ୍ତ ସାରିକା ମିଶ୍ରାଙ୍କୁ ବିବାହ କରିବା ପାଇଁ ହଁ ଭରିଥିଲେ । ସନୀଲଙ୍କ ଉଚ୍ଚତା ୩୪ ଇଞ୍ଚ ହୋଇଥିବା ବେଳେ ସାରିକାଙ୍କ ଉଚ୍ଚତା ୩୩ ଇଞ୍ଚ ବୋଲି ଜଣା ପଡ଼ିଛି । ଦୁଇ ଜଣଙ୍କ ବୟସ ଅଧିକ ହୋଇ ଯାଇଥିବା ବେଳେ ଦୁଇ ଜଣ  ବିବାହ କରିବେ ବୋଲି ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଶେଷରେ ବିବାହ ସଂପନ୍ନ ହୋଇଛି। ଏହି ବିବାହରେ ବର ଏବଂ କନ୍ୟାଙ୍କ ସଂପର୍କୀୟଙ୍କ ବ୍ୟତୀତ ବହୁ ଅତିଥି ମଧ୍ୟ ଥିଲେ । ଯେଉଁମାନଙ୍କୁ ଉଭୟ ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିବାର ଦେଖିବାକୁ ମିଳିଥିଲାା

ସମ୍ବନ୍ଧିତ ଖବର