ନୂଆଦିଲ୍ଲୀ: ଦୀପକ ଆନନ୍ଦ ଏବଂ ଅନାମିକା ଠାକୁର ହେଉଛନ୍ତି ସ୍ୱାମୀ ଓ ସ୍ତ୍ରୀ। ଦୁହେଁ ଏକାଠି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। କିନ୍ତୁ ବିଶେଷ କଥା ହେଉଛି, ଭଲ ପଦବୀ ଥାଇ ମଧ୍ୟ ଦୀପକ ତାଙ୍କ ପତ୍ନୀଙ୍କ ପରାମର୍ଶରେ ଆଇପିଏସ୍ ପଦ ଛାଡ଼ିଛନ୍ତି।
ଦୀପକ ଆନନ୍ଦ ଏବେ ଆୟକର କାର୍ଯ୍ୟାଳୟରେ ଡେପୁଟି କମିଶନର ଭାବେ ଅଛନ୍ତି। ସେ ୨୦୧୬-ବ୍ୟାଚର ଜଣେ ଆଇଆରଏସ୍ ଅଧିକାରୀ ଥିଲେ। ଦୀପକଙ୍କ ପତ୍ନୀ ଅନାମିକା ଠାକୁର ଏଆରଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଅଟନ୍ତି। ଉଭୟ ଭଲ ଅଧିକାରୀ ପଦବୀରେ ଥିବାବେଳେ ଦୁହିଁଙ୍କର ଦିଲ୍ଲୀରେ ପୋଷ୍ଟିଂ ମଧ୍ୟ ହୋଇଛି।
ଦୀପକ ଆନନ୍ଦ କହିଛନ୍ତି ଯେ, ଦୁହେଁ ଦିଲ୍ଲୀର ରାଜେନ୍ଦ୍ର ନାଗରରେ ସାକ୍ଷାତ କରିଥିଲେ। ସେ ଆଇଆରଏସକୁ ବାଛିଥିଲେ କାରଣ ତାଙ୍କ ପତ୍ନୀ ଚାହୁଁଥିଲେ। ଦୀପକ ୨୩୫ ରାଙ୍କରେ ଥିଲେ ଯାହାକି ଉଭୟ ଆଇପିଏସ୍ ଏବଂ ଆଇଆରଏସ୍ ପାଇପାରିବେ। ଅନାମିକା ଠାକୁର କହିଛନ୍ତି ଯେ, ସେ ଏଆରଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହା ୟୁପିଏସସି ସହ ସମାନ।
ଦୀପକ ଯୁବ ପିଢ଼ିଙ୍କୁ ସଫଳତାର ପରାମର୍ଶ ଦେଇ କହିଛନ୍ତି, ସେଲ୍ଫ-ଷ୍ଟଡି କରିବା ନିହାତି ଆବଶ୍ୟକ। ଅନ୍ୟ ଜିନିଷଗୁଡ଼ିକ ଆପଣଙ୍କୁ ସପ୍ଲିମେଣ୍ଟ କରିପାରିବ, ବଦଳାଇ ପାରିବ ନାହିଁ। କ'ଣ ପଢ଼ିବାକୁ ଚାଁହୁଛ ଆଗ ଜାଣିବା ଦରକାର। ପଢ଼ିବା ପାଇଁ ବହୁତ ପ୍ରକାରର ସୋର୍ସ ରହିଛି, ସେହି ଦ୍ୱନ୍ଦ୍ୱ ଦୂର କରିବାକୁ ହେଲେ ପ୍ରଥମେ ବେସ୍ ବୁକ୍ ତଥା 'ଏନସିଇଆରଟି' ପଢ଼ିବା ଉଚିତ୍। ପୁସ୍ତକ ଚୟନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।