ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବସକୁ ଧରି କାନ୍ଦୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ତାମିଲନାଡ଼ୁର ମଦୁରଇ ଜିଲ୍ଲାର ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ତାମିଲନାଡ଼ୁର ରାଜ୍ୟ ପରିବହନ ନିଗମର କର୍ମଚାରୀ ମୁଥୁପଣ୍ଡି ୩୦ରୁ ଅଧିକ ବର୍ଷ ହେବ ଏହି ସଙ୍ଗଠନ ସହ କାମ କରୁଥିଲେ। ୩୦ବର୍ଷ ଧରି କାମ କରିବା ପରେ ତାଙ୍କର ଚାକିରି ଜୀବନ ଶେଷ ହୋଇଥିଲା। ଚାକିରିର ଶେଷ ଦିନରେ ସେ ବସକୁ ଯେତେବେଳେ ଛାଡ଼ି ଯାଇଥିଲେ ଭୋଭୋ ହୋଇ କାନ୍ଦିଥିଲେ। ଆଉ ବସ ପାଖକୁ ଯାଇ ଆଲିଙ୍ଗନ କରିଥିଲେ।
ଏହି ଘଟଣାକୁ ନେଇ ମୁଥୁପଣ୍ଡି କହନ୍ତି, ‘ଦୀର୍ଘ ୩୦ବର୍ଷ ଧରି ଏହି ବସ ମୋ ପରିବାର ଚଳାଇ ଆସିଥିଲା। ମୋ ସାହାରା ଥିଲା। ଆଜି ତାର ମୋର ଶେଷ ଦେଖା। କାଲି ସକାଳେ ଏହି ବସ ଉପରେ ମୋର ଅଧିକାର ନଥିବ। ଏହାର ମାଲିକ ଆଉ କିଏ ଥିବେ। ଏ ବସ ଉପରୁ ମୋର ଅଧିକାର ଶେଷ ହୋଇଯାଇଛି। ମୋ ସହିତ ଏହି ବସ ପରିବାର ସଦସ୍ୟ ଭଳି ବାନ୍ଧି ହୋଇଯାଇଥିଲା। ଆଉ ଏହି ସମ୍ପର୍କ ଆଜି ଶେଷ ହୋଇଛି।’
View this post on Instagram
ତେବେ ଏହି ଘଟଣାର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଏହି ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/00-1.jpg)