ପିଅନଙ୍କ ମାଛ ଚାଷ: ବର୍ଷକୁ ୮୦୦ କିଲୋ ମାଛ ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଏହି ବ୍ୟକ୍ତି

ମେଘାଳୟ: କୁହାଯାଏ ଇଛାଶକ୍ତି ଓ ପରିଶ୍ରମ ଜଣକୁ ସଫଳ କରାଇଥାଏ | ନିଜର ପିଲାଦିନର ସ୍ବପ୍ନ ଓ ମାଛ ଚାଷ ପ୍ରତି ଥିବା ଆଗ୍ରହ ଏବେ ଜଣେ ସରକାରୀ କର୍ମଚାରୀଙ୍କୁ ସଫଳ ମାଛ ଚାଷୀର ପରିଚୟ ଦେଇପାରିଛି | ମେଘାଳୟର ନେଙ୍ଗମାଣ୍ଡଲଗାରେ ଗାଁ | ଏହି ଗାଁରେ ରୁହନ୍ତି ରିଥସନ ମାରକ | ରାଜ୍ୟ ଶିକ୍ଷା ବିଭାଗରେ ସେ ପିଅନ ଭାବେ ଚାକିରି କରୁଥିବାବେଳେ ନିଜର ପିଲାଦିନର ଇଚ୍ଛାକୁ ନେଇ ୧୯୮୩ ମସିହାରେ ୦.୩ ହେକ୍ଟର ଜମିରେ ମାଛ ଚାଷ ଆରମ୍ଭ କରିଥିଲେ |

Photo-BetterIndia

ଯେତେବେଳେ ସେ ମାଛ ଚାଷ ଆରମ୍ଭ କରିଥିଲେ ନିଜ ସାଙ୍ଗଙ୍କ ପାଖରୁ ଅନେକ ଟାହିଟାପରା ମଧ୍ୟ ଶୁଣିବାକୁ ପାଇଥିଲେ | କିନ୍ତୁ ଏଥିରେ ଭାଙ୍ଗିପଡିନଥିଲେ | ୧୯୮୬ ମସିହାରେ ରିଥସନଙ୍କୁ ଏହି ପୋଖରୀରୁ ପ୍ରଥମ ରୋଜଗାର ମିଳିଥିଲା | ଏଥିରେ ସେ ଅନୁପ୍ରାଣିତ ହୋଇ ରାଜ୍ୟ ମାଛ ଓ ପଶୁପାଳନ ବିଭାଗ ସହ ଯୋଗାଯୋଗ କରିଥିଲେ |

Photo-BetterIndia

ଏହାପରେ ବିଭାଗର ସହଯୋଗ ପାଇ ଆଧୁନିକ ପ୍ରଣାଳୀର ବ୍ୟବହାର କରିଥିଲେ | ଏହାପରେ ବର୍ଷକରେ ୩୦୦ରୁ ୪୦୦ କେଜି ମାଛ ଉତ୍ପାଦନ କରିଥିଲେ | ଏବେ ପାଖାପାଖି ୭ ପ୍ରକାରର ମାଛ ଉତ୍ପାଦନ ସହ ବର୍ଷକୁ ୮୦୦ କେଜି ମାଛ ପାଇପାରୁଛନ୍ତି | ରିଥସନଙ୍କ ପ୍ରଚେଷ୍ଟା ଫଳରେ ଅନେକ ଯୁବକ ମଧ୍ୟ ଏଠାରେ କାର୍ଯ୍ୟ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି |

ସମ୍ବନ୍ଧିତ ଖବର