ଏହି କାରଣରୁ ଗ୍ରାଜୁଏଟ ଯୁବତୀ ‌‌ଠେଲାରେ ବିକ୍ରି କରୁଛନ୍ତି ଚା’

ନୂଆଦିଲ୍ଲୀ: ଜଣେ ଯୁବତୀ ଅର୍ଥନୀତିରେ ସ୍ନାତକ ଶେଷ କରିବା ପରେ ଚାକିରି ଖୋଜିବା ଆରମ୍ଭ କରିଥି‌ଲେ। ଦୁଇବର୍ଷ ଚାକିରିଟିଏ ପାଇବା ପାଇଁ କଠିନ ପରିଶ୍ରମ କରିବା ପରେ ବି ଅସଫଳ ରହିଥିଲେ। ଏହାପରେ ସେ ଏକ ଚା’ ଦୋକାନ ଖୋଲିବାକୁ ସ୍ଥିର କରିଥିଲେ। ଅର୍ଥନୀତି ସ୍ନାତକ ଶେଷ କରିଥିବା ଯୁବତୀ ପାଟନାର ମହିଳା କଲେଜ ବାହାରେ ଏକ ଠେଲାରେ ଚା’ ଦୋକାନ ଖୋଲିଥିଲେ ।

ଏହି ଘଟଣାକୁ ନେଇ ପ୍ରିୟଙ୍କା ଗୁପ୍ତା କହିଛନ୍ତି, ‘ମୁଁ ୨୦୨୯ ରେ ୟୁଜି କରିଥିଲି କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଚାକିରି ପାଇପାରିଲି ନାହିଁ। ଏହାରି ଭିତରେ ଅନେକ ପ୍ରତିଯୋଗୀ ପରୀକ୍ଷା ବି ଦେଇଥିଲି, କିନ୍ତୁ ଅସଫଳ ରହିଥିଲା। ଏହାପରେ ଏକ ଚା ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରୁ ସ୍ନାତକ ହାସଲ କରିବା ପରେ ମୁଁ ଚଳିତ ବର୍ଷ ଏପ୍ରିଲ ୧୧ ରୁ ପାଟନା ମହିଳା ମହାବିଦ୍ୟାଳୟ ନିକଟରେ ଏକ ଚା ଷ୍ଟଲ୍ ଚଳାଉଛି।

ଅଳ୍ପ ଦିନ ହେବ ଏହି ଚା’ ଦୋକାନଟି ଆରମ୍ଭ କରିଥିଲେ ହେଁ ଏହା ମୋର ଭଲ ଚାଲୁଛି। ଲୋକେ ମୋର ପରିସ୍ଥତି ଦେଖି ହେଉ କିମ୍ବା ଚା’ର ସ୍ବାଦ ପାଇଁ ଦୋକାନ ସାମ୍ନାରେ ଭିଡ ଲଗାଉଛନ୍ତିି। ଦିନକୁ ଦିନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ‌ତେବେ ଆଗକୁ କ’ଣ କରିବି ସେନେଇ ଏଯାବତ କିଛି ସ୍ଥିର କରି ନାହିଁ। କିନ୍ତୁ ଚାକିରି ପାଇଁ ମୋର ଚେଷ୍ଟା ଜାରି ରଖିଛି।’

ସମ୍ବନ୍ଧିତ ଖବର