ଆକାଶରୁ ଉଡ଼ି ଉଡ଼ି ବିବାହ ମଣ୍ଡପକୁ ଆସିଲେ ବର; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ରେ ଡେଷ୍ଟିନେସନ୍‌ ୱେଡିଂ କ୍ରେଜ ପରେ ବହୁତ ଲୋକ ନିଜ ବିବାହ ଦିନକୁ ସ୍ମରଣୀୟ କରିବା ପାଇଁ ଭିନ୍ନଭିନ୍ନ ଶୈଳୀ ଆପଣାଇଥିଲେ। ଏହି କ୍ରମରେ ଜଣେ ବରର ସ୍କାଏଡାଇଭିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Storypick

ଆମେରିକାର ରହୁଥିବା ଭାରତର ଅକ୍ଷୟ ଯାଦବ ନିଜର ବିବାହରେ ଏଭଳି ଗ୍ରାଣ୍ଡ ଏଣ୍ଟ୍ରି କରିଛନ୍ତି। ବିବାହ ଦିନ କନ୍ୟା ଘରେ ପହଞ୍ଚିବା ପାଇଁ ବର ଘୋଡା କିମ୍ବା କାରରେ ଆସି ଥାଆନ୍ତି। କିନ୍ତୁ ଅକ୍ଷୟ ଯାଦବ ଆକାଶରେ ସ୍କାଏଡାଇଭିଂ କରି ବିବାହ ମଣ୍ଡପରେ ପହଞ୍ଚି ଥିବା ଦେଖିବାକୁ ମିଳୁଛି। ଆକାଶ ଯାଦବ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

 

 

View this post on Instagram

 

Hardrock Hotel, Cabo San Lucas #skysquared2019 Akaash the groom coming from the sky!

A post shared by Norma Shiheiber (@normashiheiber) on

ଏହି ଭିଡିଓରେ ଆକାଶ ଯାଦବ ପାରାଚୁଟରେ ତଳକୁ ଆସୁଥିବା ସମୟରେ ବିବାହ ଉତ୍ସବରେ ଉପସ୍ଥିତ ଥିବା ୫୦୦ରୁ ଅଧିକ ଅତିଥି ତାଙ୍କୁ ସ୍ୱାଗତ କରୁଛନ୍ତି । ଆକାଶ ଯାଦବ ନିଜ ବିବାହ ଯୋଜନା କରୁଥିବା ସମୟରେ ଜଳପଥରେ ଗ୍ରାଣ୍ଡ ଏଣ୍ଟ୍ରି କରିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ତାଙ୍କୁ ଅନୁମତି ନମିଳିବା ହେତୁ ଏପରି କରି ପାରି ନ ଥିଲେ।

ଏଥିପାଇଁ ସେ ନିଜ ପ୍ଲାନରକୁ କହିଥିଲେ ଯଦି ପାଣି ଜରିଆରେ ନହେଲା ନାହିଁ ଆକାଶରୁ ମୋର ବିବାହରେ ଗ୍ରାଣ୍ଡ ଏଣ୍ଟ୍ରିର ଯୋଜନା କରାଯାଉ। ବର-ବଧୂ ଦୁହେଁ ପେସାରେ  ଅଭିନେତା ଓ ଅଭିନେତ୍ରୀ । ଦୁହେଁ ଭାରତୀୟ ରୀତିନୀତିରେ ମେକ୍ସିକୋରେ ବିବାହ କରିଥିଲେ।

 

ସମ୍ବନ୍ଧିତ ଖବର