କୁକୁର ଓ ବିରାଡ଼ିଙ୍କ ପାଇଁ ଅଙ୍ଗୁର ବିଷ

କୁକୁର ଓ ବିରାଡ଼ି ପରି ଗୃହପାଳିତ ପଶୁଙ୍କୁ ଅନେକ ନିଜ ସନ୍ତାନଠୁ ବି ଅଧିକ ଆଦର କରିଥା’ନ୍ତି। ଏପରିକି କେହି କେହି ଗୃହପାଳିତ ପ୍ରାଣୀଙ୍କ ସହ ନିଜେ ଭୋଜନ କରିବା ସହ ସେମାନଙ୍କୁ ଶ୍ରଦ୍ଧାରେ ସମସ୍ତ ପ୍ରକାର ଖାଦ୍ୟ ଯୋଗାଇଥା’ନ୍ତି। ନିଜେ ନିୟମିତ ସୁସ୍ବାଦୁ ଫଳମୂଳ ନଖାଇଲେ ନାଇଁ ପଛକେ, ସେମାନେ ପ୍ରିୟ କୁକୁର ଓ ବିରାଡ଼ିଙ୍କ ପାଇଁ ସେ ସବୁ ବରାଦ କରିଥା’ନ୍ତି। ତେବେ କୁକୁର ଓ ବିରାଡ଼ିଙ୍କ ପାଇଁ ଅଙ୍ଗୁର ପରି ସୁସ୍ବାଦୁ ଫଳ ଭୀଷଣ ହାନିକାରକ।

ଅଙ୍ଗୁର ଖାଇଲେ ସେମାନଙ୍କ କିଡନି ଅକାମୀ ହେବା ସହ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି। ଅଙ୍ଗୁର ସେମାନଙ୍କ ଶରୀରରେ କେଉଁ ରାସାୟନିକ ପଦାର୍ଥ ସହ ମିଶି କିଭଳି ବିଷାକ୍ତ ହୋଇଥାଏ ତାହା ଅସ୍ପଷ୍ଟ। ତେବେ ଗୋଟିଏ ଅଙ୍ଗୁର କୋଳି ସେମାନଙ୍କୁ ଅସୁସ୍ଥ କରିଦେବାକୁ ଯଥେଷ୍ଟ। ତେଣୁ କେବେ କେଉଁଠି ଏହି ଗୃହପାଳିତ ପ୍ରାଣୀ ଦ୍ବୟ ଯଦି ଭୁଲବଶତଃ ଅଙ୍ଗୁର କୋଳି ଖାଇ ଦିଅନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ସେହିପରି ଶୁଖିଲା ଅଙ୍ଗୁର ବା କିସମିସ ମଧ୍ୟ ସେମାନଙ୍କ ପାଇଁ ଅନୁରୂପ ବିଷକାରକ ବୋଲି ସେମାନେ ସୂଚାଇଛନ୍ତି।

ସମ୍ବନ୍ଧିତ ଖବର