କବର ଖୋଳା ପ୍ରତିଯୋଗିତା!

ହଙ୍ଗେରିର ଡେବ୍‌ରିସେନ୍‌ ସହରରେ ପ୍ରତି ବର୍ଷ ଜାତୀୟ କବର ଖୋଳା ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ଏହା ଏକ ଲୋକପ୍ରିୟ ପାରଂପରିକ ପ୍ରତିଯୋଗିତା। ଆୟୋଜକଙ୍କ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ଖନନ ଉପକରଣମାନ ଯୋଗାଇଦିଆଯାଏ। ସାଧାରଣତଃ, ୭ ଫୁଟ୍‌ ଲମ୍ବ, ୩ ଫୁଟ୍‌ ଓସାର ଏବ˚ ୫ ଫୁଟ୍‌ ଗଭୀରର କବର ଖୋଳିବା ପାଇଁ କହାଯାଏ। ସବୁଠାରୁ କମ୍‌ ସମୟରେ, ନିଖୁଣ ଭାବେ କବର ଖୋଳିଥିବା ପ୍ରତିଯୋଗୀ ବିଜୟୀ ଘୋଷିତ ହୁଅନ୍ତି। କବର ଖୋଳା ପେସାକୁ ସମ୍ମାନ ଦେବା ଏବ˚ ଏଥି ପ୍ରତି ନବ ପିଢ଼ିର ଯୁବକଙ୍କୁ ଆକର୍ଷିତ କରିବା, ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ।

ସମ୍ବନ୍ଧିତ ଖବର