ନୂଆଦିଲ୍ଲୀ: ଆମ ମଧ୍ୟରୁ ଅନେକ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାଆନ୍ତି। ଅଣ୍ଡା ଖ‌ାଇବାକୁ ଯେମିତି ସ୍ବାଦିଷ୍ଟ ସେମିତି ପୃଷ୍ଟିକର ମଧ୍ୟ ରହିଥାଏ। ସ‌ାଧାରଣତଃ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ବଜାରରେ ମିଳିଥାଏ।  କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା ୧୨ଟି କୁକୁଡ଼ା ଅଣ୍ଡା ସହିତ ସମାନ ହୋଇଥାଏ। ଯାହାର ଚାହିଦା  ଏବେ ବଜାରରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି।

Advertisment

ପୂର୍ବରୁ ଏହାର ଚାହିଦା ବେଶୀ ନଥିଲା। କାରଣ ଏମୁ ପକ୍ଷୀର ସବୁଜ ଅଣ୍ଡାକୁ ଖିଆଯାଏ ବୋଲି ଲୋକେ ଜାଣି ନଥିଲେ। ଯିଏବି ଜାଣିଥିଲେ ସେମାନେ ଏତେବଡ଼ ଅଣ୍ଡାକୁ ଖାଇବାକୁ ଭୟ କରୁଥିଲେ।

ଆସନ୍ତୁ ଜାଣିବା ସବୁଜ ଅଣ୍ଡା ବିଷୟରେ କିଛିଜଣା  ଓ କିଛି ଅଜଣା କଥା।

ଏହି ସବୁଜ ଅଣ୍ଡା ଏମୁ ପକ୍ଷୀ ଦେଇଥାଏ । ଏହି ଅଣ୍ଡା  ଦେଖିବାକୁ ଯେମିତି ସୁନ୍ଦର ସ୍ବାଦ ବି ସେମିତି ବଢ଼ିଆ ରହିଥାଏ। ତେବେ ଗୋଟିଏ ସବୁଜ ଅଣ୍ଡା ୧୨ଟି କୁକୁଡ଼ା ଅଣ୍ଡା ସହିତ ସାମନ ହେବ ବୋଲି କୁହାଯାଉଛି। ଏହାର ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ ।

ଗୋଟିଏ କୁକୁଡ଼ା ଅଣ୍ଡା ରାନ୍ଧିବା ପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗୁଥିବାବେଳେ ଏମୁ ଅଣ୍ଡା ଅଧିକ ସମୟ ନେଇଥାଏ, କାରଣ ଏହାର ଆକାରରେ ବଡ଼ ଥାଏ । ଏହି ସବୁଜ ରଙ୍ଗର ଅଣ୍ଡାକୁ ଆମଲେଟ୍ କରି ମଧ୍ୟ ଖିଆ ଯାଇପାରିବ । ଗୋଟିଏ ଏମୁ ଅଣ୍ଡାକୁ ଅତିକମରେ ୫ରୁ୬ ଜଣ ଲୋକ ଖାଇ ପାରିବେ ।