ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଲାମୁରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ପୂରା ପ୍ରସ୍ତୁତି ସାରିଥିବା ବେଳେ ବର ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ କନ୍ୟାଙ୍କ ପିତାଙ୍କୁ ଯେମିତି ଏନେଇ କୌଣସି ଅସୁବିଧା ନହେଉ ତେଣୁ ବରଙ୍କୁ ଯେତେ କଷ୍ଟ ହୋଇଥିଲେ ବି ସେ ଷ୍ଟ୍ରେଚରରେ ଭଙ୍ଗାଗୋଡ଼ରେ ବିବାହ ପାଇଁ କନ୍ୟାଙ୍କ ଘରେ ଆସି ପହଞ୍ଚି ଥିଲେ। ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଜୁନ ୨୫ ତାରିଖରେ ଜଢ଼ବା ଜିଲ୍ଲାର କାଣ୍ଡି ଗ୍ରାମର ବାସିନ୍ଦା ଚନ୍ଦ୍ରେଶ ମିଶ୍ରାଙ୍କ ବିବାହ ପ୍ରେରଣା ମିଶ୍ରାଙ୍କ ସହିତ ସ୍ଥିର ହେଇଥିଲା। ବିବାହ ପାଇଁ ଦୁଇପରିବାରଲୋକ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଥିବା ବେଳେ ଚନ୍ଦ୍ରେଶ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଚନ୍ଦ୍ରେଶ ସଠିକ ଭାବେ ଚାଲିବା ପାଇଁ ଦୁଇମାସର ସମୟ ଲାଗିବ ବୋଲି ଡାକ୍ତର କହିଥିଲେ।
ତେବେ ବିବାହ ପାଇଁ ପୂରା ପ୍ରସ୍ତୁତି ସାରିଥିବା ବେଳେ ମଣ୍ଡପ ବି ବୁକ ହୋଇଥିଲା। ତେବେ ବିବାହ ବିଳମ୍ବରେ ହେଲେ କନ୍ୟା ପକ୍ଷର ଲୋକଙ୍କ ସମେତ ତାଙ୍କ ବାପାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଚନ୍ଦ୍ରେଶ ଡାକ୍ତରଙ୍କ ପରାମର୍ଶ କ୍ରମେ ଯେଉଁ ତାରିଖରେ ବିବାହ ସ୍ଥିର ହୋଇଥିଲା ସେହି ତାରିଖରେ ଆମ୍ବୁଲାନ୍ସରେ ବରଯାତ୍ରୀ ଧରି ଭଙ୍ଗାଗୋଡ଼ରେ ଷ୍ଟ୍ରେଚରରେ ବସି କନ୍ୟାଙ୍କ ଘରେ ପହଞ୍ଚିଥିଲେ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏଭଳି ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ ବୋଲି ଲୋକେ ପ୍ରତିକ୍ରିୟା ଦେଇକହିଛନ୍ତି।