ଅତିଥିରୁ ନେଇ କନ୍ୟା ପର୍ଯ୍ୟନ୍ତ ବିବାହ ଉତ୍ସବରେ ସମସ୍ତେ ପହଞ୍ଚିଲେ, ହେଲେ ପହଞ୍ଚି ପାରଲେନି ବର

ନୂଆଦିଲ୍ଳୀ: ବିବାହ ପରେ ବିବାହ ଭୋଜିର ଆୟୋଜନ ପ୍ରାୟ ସମସ୍ତେ କରିଥାନ୍ତି। ଏକ ଦମ୍ପତି ନିଜ ବିବାହ ଉତ୍ସବ ପାଳନ କରିବାକୁ ମଧ୍ୟ ସେପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମାତ୍ର ବିବାହ ଉତ୍ସବ ପାଳନ ଚାଲିଥିବା ବେଳେ କନ୍ୟା ଅପେକ୍ଷା କରି ରହିଥିବା ବେଳେ ସେଠାରେ ପହଞ୍ଚିନଥିଲେ ବର। ବିଚାରୀ କନ୍ୟାଙ୍କର କାନ୍ଦି କ‌ାନ୍ଦି ଅବସ୍ଥା ଖରାପ ହୋଇଥିଲା।

କନ୍ୟା ଜଣକ ହେଉଛନ୍ତି ୩୬ ବର୍ଷୀୟା ହେଜଲ୍‌। ସେ ନିଜ ବିବାହ ଉତ୍ସବ ମନାଇବାକୁ ସାଜସଜା ହୋଇ ପ୍ରସ୍ତୁତ ହୋଇଥିଲେ। ବିବାହ ଉତ୍ସବକୁ ଅତିଥିମାନେ ଆସି ସାରିଥିଲେ। ମାତ୍ର ‌ଶେଷରେ ସମସ୍ତଙ୍କୁ ଜଣାପଡ଼ିଥିଲା ଯେ ସମସ୍ତେ ଉପସ୍ଥିତ ଥିବା ବେଳେ ଉତ୍ସବରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବର ସେଠାରେ ଉପସ୍ଥିତ ନଥିଲେ।

ବ୍ରିଟେନ୍‌ର ବାସିନ୍ଦା ହେଜଲ୍‌ ୩୪ ବର୍ଷୀୟ କରିମଙ୍କୁ ଜୀବନସାଥୀ ରୂପେ ବାଛିବା ପରେ ପୂରା ଧୁମ୍‌ଧାମ୍‌ରେ ନିଜର ବିବାହ ଉତ୍ସବ ମନାଇବାର ଯୋଜନା କରିଥିଲେ। କାରଣ ସେ ଜର୍ଜିଆରେ ବିବାହ କରିବା ସମୟରେ ତାଙ୍କ ପରିବାର ଓ ସଂପର୍କୀୟ କେହି ବି ସେଠାରେ ଉପସ୍ଥିତ ନଥିଲେ। ଏହି କାରଣରୁ ହେଜଲ୍‌ ବ୍ରିଟେନ୍‌ରେ ନିଜ ବିବାହ ଉତ୍ସବର ଆୟୋଜନ କରିଥି‌ଲେ।

ମାତ୍ର ଶେଷ ମୁହୂର୍ତ୍ତରେ କରିମଙ୍କୁ ବ୍ରିଟେନ୍ ପାଇଁ ଭିସା ନମିଳିବାରୁ ସେ ନିଜ ବିବାହ ଉତ୍ସବରେ ହିଁ ପହଞ୍ଚି ପାରିନଥିଲେ। ସେ ଜର୍ଜିଆରେ ଫଶି ଯାଇଥିଲେ। ଏପଟେ ଉତ୍ସବର ସବୁ ପ୍ରସ୍ତୁତି ହୋଇ ସାରିଥିଲା। ଏପରିସ୍ଥିତିରେ କନ୍ୟା ଜଣକ ଦୁଃଖରେ ଲୁହ ଝରାଇବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା ତାଙ୍କ ନିକଟ‌ରେ।

 

ସମ୍ବନ୍ଧିତ ଖବର