ନିଜେ ପଡ଼ିଯିବା ପରେ ବି କନ୍ୟାଙ୍କୁ ପଡ଼ିବାକୁ ଦେଲେନି ବର, କୋଳରେ ଧରି କଲେ ଏମିତି କାମ

ନିଜେ ପଡ଼ିଯିବା ପରେ ବି କନ୍ୟାଙ୍କୁ ପଡ଼ିବାକୁ ଦେଲେନି ବର, କୋଳରେ ଧରି କଲେ ଏମିତି କାମ

ନୂଆଦିଲ୍ଳୀ: ବିବାହ ସମୟରେ ଭୁଲ୍‌ ହେବା ଏକ ସାଧାରଣ କଥା। ମାତ୍ର କେବେ କେବେ କିଛି ଭୁଲ୍‌ ଏପରି ବି ହୋଇଥାଏ ଯେ ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାକୁ ଆଦୌ ସମୟ ନେଇ ନଥାଏ। ଏପରି ହିଁ ଏକ ମଜାଦାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। ଏହି ଭିଡିଓକୁ ଦେଖି ଲୋକେ ସେମାନଙ୍କ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଭିିଡିଓଟିକୁ ‘ସିମ୍ପଲ୍‌ ୱେଡିଂ’ ନାମକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର୍‌ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବର ଜଣକ ତାଙ୍କ କନ୍ୟାଙ୍କୁ ‌କୋଳରେ ଧରି ଉପର ପାହାଚରୁ ତଳ ପାହାଚକୁ ଓହ୍ଲାଇବାରେ ଲାଗିଛନ୍ତି। ସେତିକି ବେଳେ ବର ଗୋଡ଼ଖସି ତଳେ ପଡ଼ି ଯାଉଛନ୍ତି। ତାଙ୍କ କୋଳରେ କନ୍ୟା ଜଣକ ସେମିତି ଅଛନ୍ତି। ତା’ପରେ ବର ତାଙ୍କ କନ୍ୟାଙ୍କୁ ସର୍ବସମ୍ମୁଖ୍‌ରେ ଚୁମ୍ବନ ଦେଉଛନ୍ତି।

ସିଡିରେ ପଡ଼ିବା ପରେ ବି ସେ କନ୍ୟାଙ୍କୁ ନଛାଡ଼ି ସୁରକ୍ଷିତ ଭାବେ ଧରି ରଖିଥିବାରୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବରଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ ଅଧିକାଂଶ କମେଣ୍ଟ୍‌ରେ ବରଙ୍କୁ ପ୍ରଶଂସା କରାଯାଇଛି।

ତେବେ କେହି କେହି ମଜାଦାର କମେଣ୍ଟ୍‌ ବି ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେଉଁ ବି କାମ ଜବରଦସ୍ତି କରିବା କଥା ନୁହେଁ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଜିମ୍‌ ଯାଇଥିଲେ ଆଜି ଏପରି ହୋଇ ନଥାନ୍ତା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe