ନୂଆଦିଲ୍ଲୀ: ପୁରୁଷ ଓ ମହିଳା ଉଭୟଙ୍କ ଜୀବନରେ ବିବାହ ସମୟକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ବିବାହ ସ୍ଥିର ହୋଇଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ଯାଇଥାଏ। ଉଭୟ ନିଜନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାଆନ୍ତି। କିନ୍ତୁ ସମୟସମୟରେ ପରିସ୍ଥିତି ଏମିତି ଆସିଥାଏ କି ମଣିଷ ଯେମିତି ଚାହିଁଥାଏ ତାହାର ଓଲଟା ଘଟଣା ଘଟିଥାଏ।

Advertisment

ନିକଟରେ ବିବାହକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବର ହସ୍ପିଟାଲ ବିଛଣାରେ ଶୋଇଥିବା ବେଳେ ବଧୂ ଜଣକ ତାଙ୍କ ସାମ୍ନାରେ ଛିଡ଼ା ହୋଇ ବିବାହ ରୀତିନୀତି ପାଳନ କରୁଛନ୍ତି।ଏହି ବିବାହକୁ ନେଇ କୁହାଯାଉଛି, ବିବାହ ପାଇଁ ଶୁଭ ତାରିଖ ଓ ମୁହୂର୍ତ୍ତ ସ୍ଥିର ହୋଇଯାଇଥିଲା । ବର ବି ବରଯାତ୍ରୀ ଧରି କନ୍ୟା ଘର ଅଭିମୁଖେ ବାହାରି ପଡ଼ିଥିଲେ। କିନ୍ତୁ ଦୁଃଖର ବିଷୟ ବାଟରେ ବର ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ବରଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବିବାହର ଶୁଭ ସମୟ ଯାଇ ନଥିବାରୁ ଉଭୟ ବର ଓ କନ୍ୟାଘର ଲୋକ ହସ୍ପିଟାଲରେ ପୁଅ ଓ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ବିବାହ ହସ୍ପିଟାଲରେ ସମ୍ପର୍ଣ୍ଣ ହୋଇଥିଲା।ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।