ନୂଆଦିଲ୍ଳୀ: ବବାହ ଋତୁ ଆସୁ ଆସୁ ବର-କନ୍ୟାଙ୍କର ବିଭିନ୍ନ ପ୍ରକାରର ବିବାହ ଭିଡିଓ ଭାଇରାଲ୍ ହେବାରେ ଲାଗିଥାଏ। ପ୍ରତିଦିନ ମଜାଦାର୍ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କେଉଁଠି ବରର ମଜାଦାର ପ୍ରବେଶ ଦେଖିବାକୁ ମିଳିଥାଏ ତ ପୁଣି କେଉଁଠି କନ୍ୟାର। କେବଳ ବର-କନ୍ୟା କାହିଁକି, ସଂପର୍କୀୟ, ପରିବାର ଓ ବନ୍ଧୁବାନ୍ଧବଙ୍କର ବି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ଅଧିକାଂଶ ସମୟରେ।
ନିକଟରେ ବାହାଘରରେ ଜଣେ ବର ନାଚୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ସେ ତାଙ୍କ କନ୍ୟାଙ୍କୁ ଦେଖିବା ମାତ୍ରେ କନ୍ୟାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଉତ୍ସର୍ଗ କରି ନାଚୁଥିବାର ଆପଣ ଦେଖି ପାରୁଥିବେ। ଏହାକୁ ଦେଖିବା ପରେ ଏବେ ସମସ୍ତେ କହିବା ଆରମ୍ଭ କରିଛନ୍ତି ଯେ ଆରମ୍ଭ ହୋଇଗଲା ନୂଆ ଟ୍ରେଣ୍ଡ୍।
View this post on Instagram
ଭାଇରାଲ୍ ହୋଇଥିବା ଭିଡିଓରେ କନ୍ୟା ଜଣକ ଆସିବା ମାତ୍ରେ ଅତିଥିଙ୍କ ମେଳରେ ଛିଡ଼ା ହୋଇଥିବା ବର ଖୁସିରେ ନାଚିବା ଆରମ୍ଭ କରି ଦେଉଛନ୍ତି। ବର ଜଣକ ଏତେ ଜବରଦସ୍ତ ନାଚୁଛନ୍ତି ଯେ ଲୋକ ତାଙ୍କୁ ଦେଖି ଚକିତ ହୋଇ ପଡୁଛନ୍ତି। ବର ଜଣକ ନାଚି ନାଚି ଏକ ଗୋଲାପ ନେଇ କନ୍ୟାଙ୍କ ସାମ୍ନାରେ ଆଣ୍ଠେଇକି ତାଙ୍କୁ ଫୁଲ ଧରାଉଛନ୍ତି।
ଲୋକଙ୍କୁ ବରଙ୍କର ଏହି ନାଚ ଖୁବ୍ ପସନ୍ଦ ଆସିଛି। ସମସ୍ତେ ବରଙ୍କ ନାଚକୁ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ‘ଜୋଗାଡ଼ିଆବାରାତ’ ପେଜ୍ରେ ସେୟାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/8502a067-b6c9-42dd-a9e0-3ccb69d84242.jpg)