୭୫ କିଲୋମିଟର ଚାଲି ଚାଲି ବିବାହର ଦିନକ ପୂର୍ବରୁ ଘରେ ପହଞ୍ଚିଲେ ବରଫ ଝଡ଼ରେ ଫସି ଯାଇଥିବା ବର

ଶିମ୍‌ଲା : ହିମାଚଳର ପାଙ୍ଗିରେ ବରଫପାତ ହେତୁ ବିଜୟ ନାମକ ଜଣେ ଯୁବକ ନିଜ ଘରକୁ ଫେରି ପାରୁ ନ ଥିଲେ । ପ୍ରଥମେ ସେ ପାଣିପାଗ ବଦଳିବା ଆଶାରେ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ପାଣିପାଗରେ କୌଣସି ପରିବର୍ତ୍ତନ ଆସି ନଥିଲା । ବିଜୟଙ୍କ ବିବାହ ଫେବୃଆରି ୨୨ରେ ହେବାକୁ ଥିବା ବେଳେ ସେ ଘରେ କେମିତି ପହଞ୍ଚିବେ, ସେ ନେଇ ସାରା ପରିବାର ଚିନ୍ତାରେ ରହିଥିଲା । ପ୍ରଶାସନକୁ ସାହାଯ୍ୟ ମାଗିଥିଲେ ମଧ୍ୟ ପାଗ ଅଧିକ ଖରାପ ହେବାରୁ ସେମାନେ କୌଣସି ସାହାଯ୍ୟ ଯୋଗାଇ ପାରି ନଥିଲେ । ଏତେ ସବୁ ପରେ କିଛି ସମାଧାନର ବାଟ ନ ବାହାରିବାରୁ ବିଜୟ ଚାଲି ଚାଲି ଆସିବାକୁ ମନସ୍ଥ କରିଥିଲେ । ସେ ୭୫କିଲୋମିଟରର ରାସ୍ତା ଚାଲି ଚାଲି ଅତିକ୍ରମ କରିଥିଲେ ।

Amar Ujala

କିଲାଡ଼ରୁ ବିଜୟ କିସ୍ତଓ୍ଵାଡାରେ ପହଞ୍ଚିବା ପରେ ସେଠାରୁ ସେ ଟ୍ୟାକ୍ସି ନେଇ ଘରେ ପହଞ୍ଚିଥିଲେ । ତାଙ୍କୁ ସୁରକ୍ଷିତ ଘରେ ଛାଡ଼ିବା ପାଇଁ ତାଙ୍କର ଜଣେ ବନ୍ଧୁ ତାଙ୍କ ସହ ଆସିଥିଲେ । ଫେବୃଆରି ୨୧ରେ ସେ ଘରେ ପହଞ୍ଚିବା ପରେ ତାଙ୍କର ବିବାହ ରୀତିନୀତି ଆରମ୍ଭ ହୋଇଥିବା ଜଣା ପଡ଼ିଛି । ଆସନ୍ତାକାଲି ଫେବୃଆରି ୨୨ରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର