କନ୍ୟାଙ୍କୁ ଆଣିବା ପାଇଁ ଜେସିବି ନେଇ ପହଞ୍ଚିଲେ ବର

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ହେତୁ ବିବାହରେ କମ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି। ଏଭଳି ସମୟରେ ବର କନ୍ୟା ଘରେ ବିଭିନ୍ନ ଶୈଳୀରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। କିଏ ବାଇକ ନେଇ ପହଞ୍ଚିଲାଣି ତ କିଏ ଚାଲିଚାଲି।

ଏଭଳି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତୁଷାରପାତ ଏବଂ ବର୍ଷା ହେତୁ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ବର ଏକ ଜେସିବି ମେସିନ୍ ସାହାଯ୍ୟରେ କନ୍ୟା ଘରେ ପହଞ୍ଚିଥିଲା। ବିବାହର ସମସ୍ତ ରୀତିନୀତିରେ ସମ୍ପର୍ଣ୍ଣ ହେବା ପରେ ବର ବଧୂକୁ ଧରି ନିଜ ଘରେ ପହଞ୍ଚିଥିଲା।


ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର ଜେସିବିରେ କନ୍ୟା ଘରେ ପହଞ୍ଚିବା ଘଟଣା ରବିବାର ଦିନ ଗିରିପାର ଅଞ୍ଚଳର ସଙ୍ଗରାହ ଗାଁରେ ଘଟିଛି। ଏଠାରେ ରବିବାର ସକାଳେ ବରଯାତ୍ରୀ ସଙ୍ଗରାହରୁ ରତୱା ଗାଁ ଅଭିମୁଖେ ଯାତ୍ରା କରିଥିଲା । ଏଭଳି ପରିସ୍ଥିତିରେ ପ୍ରବଳ ତୁଷାରପାତ ହେତୁ ବରଯାତ୍ରୀ କେବଳ ଦଲ୍ୟାନୁ ପର୍ଯ୍ୟନ୍ତ ଯାଇପାରିଥିଲା। ଏହି ସମୟରେ ଆଗକୁ ଥିବା ରାସ୍ତା ବନ୍ଦ ହୋଇଯାଇଥିଲା, ତେଣୁ ସେଠାରୁ ଆଗକୁ ଯିବା ଅସମ୍ଭବ ଥିଲା ।

ଏସବୁ ଦେଖି ବରର ପିତା ଜଗତ୍ ସିଂ ଆଗକୁ ଯିବା ପାଇଁ ଏକ ଜେସିବି ମେସିନ୍ ବ୍ୟବସ୍ଥା କରିଥିଲେ, ଯେଉଁଥିରେ ବର ୩୦କିଲୋମିଟର ଯାତ୍ରା କରିଥିଲା। ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ ସିଂ ଏବଂ ଫଟୋଗ୍ରାଫର ଜେସିବିରେ ବସି ରତୱା ଗାଁରେ ପହଞ୍ଚିଥିଲେ। ଏହାପରେ ସେଠାରେ ବିବାହର ସମସ୍ତ ରୀତିନୀତି ସମ୍ପର୍ଣ୍ଣ ପରେ କନ୍ୟାଙ୍କୁ ଉକ୍ତ ଜେସିବିରେ ବସାଇ ବର ନିଜ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର