ଡେରାଡୁନ: ଜାନୁଆରି ମାସ ଶେଷ ହେବାକୁ ବସିିଥିବା ବେଳେ ଉତ୍ତର ଭାରତରେ ଏବେ ବି ଲୋକେ ଶୀତ ସହ ମୁକାବିଲା କରୁଛନ୍ତି। ତାପମାତ୍ରା କମ୍ ରହିବା ସହ କିଛି କିଛି ସ୍ଥାନରେ ଏବେ ତୁଷାରପାତ ମଧ୍ୟ ହେଉଛି। ଏହାଦ୍ବାରା ଜନଜୀବନ ବାଧାପ୍ରାପ୍ତ ହେବା ସହ ବ୍ୟବସାୟରେ ଲୋକଙ୍କୁୁ କ୍ଷତି ସହିବାକୁ ପଡ଼ୁଛି। ଉତ୍ତରାଖଣ୍ଡ ଏବଂ ହିମାଚଳରେ ଏବେ ସମାନ ପରିସ୍ଥିତି ରହିଛି। ତେବେ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ଜଣେ ବର ୪କିଲୋମିଟର ଚାଲି କନ୍ୟା ଘରେ ପହଞ୍ଚିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତୁଷାରପାତ ପାଇଁ ହାତରେ ଛତା ଧରି ବର ଚାଲି ଚାଲି ଯାଉଥିବା ଫଟୋ ସାମ୍ନାକୁ ଆସିବା ପରେ ତାହା ଏବେ ଭାଇରାଲ ହୋଇଛି।
ମିଳିଥିବା ସୂଚନା ମୁତାବକ, ବିବାହ ତାରିଖ ଠିକ୍ ହୋଇ ସାରିଥିବା ବେଳେ ବିବାହ ଦିନ ତୁଷାରପାତ ହୋଇ ସବୁ ରାସ୍ତା ବନ୍ଦ ହୋଇଯାଇଥିଲା। ତାରିଖ ବଦଳାଇବା ପରିବର୍ତ୍ତେ ବର ଚାଲି ଚାଲି ଯିବା ପାଇଁ ନିଷ୍ପତ୍ତି ନେଇଥିଲା। ବର ବେଶରେ ସଜ ହୋଇ ହାତରେ ଛତା ଧରି ବରଯାତ୍ରୀଙ୍କ ସହ ଚାଲି ଚାଲି କନ୍ୟା ଘରେ ପହଞ୍ଚିଥିଲା ବର। ଚମୋଲି ଜିଲ୍ଲାର ବିଜରା ଗାଁରେ କନ୍ୟା ଘର ହୋଇ ଥିବା ବେଳେ ବର ସେଠାରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।
Uttarakhand: A groom travelled four km on foot to reach the bride's home in Bijra village in Chamoli district as roads were closed due to heavy snowfall in the region. pic.twitter.com/sS9pjqdZLL
— ANI (@ANI) January 29, 2020
ଏହି ଘଟଣାର କିିଛି ଦିନ ପୂୂର୍ବରୁ ଜଣେ ଯବାନ ତୁଷାରପାତ ପାଇଁ ନିଜ ବିବାହକୁ ରୋକି ଦେଇଥିଲେ। ତୁଷାରପାତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯବାନଜଣଙ୍କ ନିଜ ବିବାହକୁ ରୋକିଥିବା ବେଳେ ତାଙ୍କର ଏଭଳି କାମକୁ ଲୋକେ ପ୍ରଶଂସା କରିଥିଲେ।