ନୂଆଦିଲ୍ଳୀ: ଦିନକୁ ଦିନ ରିଲ୍ସ ତିଆରି ପାଇଁ ଯୁବପିଢ଼ିଙ୍କ ଆଗ୍ରହ ବଢୁଛି। ଅନେକ ସମୟରେ ରିଲ୍ସ ତିଆରି କରିବା ବେଳେ ବହୁ ଦୁର୍ଘଟଣା ଘଟୁଥିବା ବି ଦେଖିବାକୁ ମିଳୁଛି। ଏପରିକି ଯୁବପିଢ଼ିମନେ ରିଲ୍ସ ନିଶାରେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛାନ୍ତି ନାହିଁ।
ଏହି ରିଲ୍ସ ସହ ଜଡିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବକ ଓ ଯୁବତୀ ରିଲ୍ସ ବନାଉଥିବାର ନଜର ଆସିଛନ୍ତି। ଏହି ସମୟରେ ଏପରି କିଛି ଘଟିଛି, ଯାହା ଦ୍ବାରା ପୂରା ପରିବେଶ ଭିନ୍ନ ପ୍ରକାରର ହୋଇଯାଉଛି।
View this post on Instagram
ଏହି ଭାଇରାଲ୍ କ୍ଲିପ୍କୁ ଇନଷ୍ଟାଗ୍ରାମରେ ସେୟାର୍ କରାଯାଇଛି। କ୍ଲିପ୍ରେ ଏହା ଦେଖିବାକୁ ମିଳିଛି ଯେ ପାର୍କରେ କଳା ରଂଗର ପୋଷାକ ପିନ୍ଧୀ ହାତରେ ଗୋଲାପ ଫୁଲ ଧରିଥିବା ଜଣେ ଯୁବକ ଓ ଜଣେ ଯୁବତୀ ରିଲ୍ସ ସୁଟିଂ କରୁଥିବା ବେଳେ ପଛ ପଟରୁ ଅନ୍ୟ ଜଣେ ଯୁବତୀ ପଳେଇ ଆସୁଛନ୍ତି। ରିଲ୍ସ ବନାଉଥିବା ଯୁବକ ଜଣକ ନାଚୁ ନାଚୁ ଗୋଡ଼ ଖସିଯିବାରୁ ପଛରୁ ଆସୁଥିବା ଯୁବତୀଙ୍କ ଦେହରେ ତାଙ୍କ ଗୋଡ଼ ବାଜି ଯାଉଛି। ତାପରେ ପଛରୁ ଆସିଥିବା ଯୁବତୀ ଜଣକ ନଜ ପେଟକୁ ଧରି ସେଠାରେ ବସି ପଡୁଛନ୍ତି।
ଜଣାପଡୁଛି ଯେ ଯୁବତୀ ଜଣଙ୍କୁ ଖୁବ୍ ଜୋର୍ରେ ଆଘାତ ଲାଗିଛି। ଭିଡିଓକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ରଖୁଛନ୍ତି। ‘ଭାଇ ରିଲ୍ସ ବନାଇବା ବେଳେ ଆଗପଛ ଦେଖିକି ବନାନ୍ତୁ’ ବୋଲି ଜଣେ ବ୍ୟବହାରକାରୀ ଲେଖିଛନ୍ତି।